ଗ୍ରନ୍ଥାଗାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 ଖଣ୍ଡପଡ଼ା:  ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଦିର୍ଘ ବର୍ଷ ଧରି କାର୍ଯ୍ୟରତ ଗ୍ରନ୍ଥାଗାରିକ ବଂଶୀଧର ହରିଚନ୍ଦନ ସୋମବାର କାର୍ଯ୍ୟରୁ ଅବସରଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ଡ଼ ସ୍ୱଚ୍ଛସଲୀଳା ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଅଧ୍ୟାପକ ବଳରାମ ସାହୁ, ଭାଗିରଥି ମହାରଣା, ପ୍ରିୟରଞ୍ଜନ ରଥ, ଗୋପବନ୍ଧୁ ଚୌଧୁରୀଙ୍କ ସମେତ ଅନ୍ୟ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଅବସରଗ୍ରହଣ କରିଥିବା ଗ୍ରନ୍ଥାଗାରିକ ଶ୍ରୀ ହରିଚନ୍ଦନଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।