ଗ୍ରାମ୍ୟ ଡାକ ମେଳା 


ବଡ଼ସାହି: ବଡ଼ସାହି ବ୍ଲକ ଅନ୍ତର୍ଗତ ଶାଳଗାଁ ଉଚ୍ଚବିଦ୍ୟାଳୟରେ ଭାରତ ସରକାରଙ୍କର ଡାକ ବିଭାଗ ଦ୍ୱାରା ଗ୍ରାମ୍ୟ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି । ଶାଳଗାଁ ଗ୍ରାମ୍ୟ ପୋଷ୍ଟ ମାଷ୍ଟର ରବୀନ୍ଦ୍ର କୁମାର ବେହେରା ମେଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଉପସ୍ଥିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଡାକ ସହାୟକ ସଦାଶିବ ରାଉତଙ୍କ  ପରିଚାଳନାକ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ଡାକ ବିଭାଗ ମୁଖ୍ୟ ବସନ୍ତ କୁମାର ସିଂହ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା, ସମ୍ମାନୀୟ ଅତିଥି ଭାବେ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ସିଂ, ସମିତିସଭ୍ୟ ବିଶ୍ୱମ୍ବର ବେହେରା, ଡାକ ବିଭାଗର ବରିଷ୍ଠ ପରିଚାଳକ ରାଜେଶ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଭାରତ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଲୋକମାନଙ୍କ ଆର୍ଥôକ ସଞ୍ଚୟ ସହିତ ଡାକ ବିଭାଗରେ ନୂତନ ଆଧାର, ଆଧାର ସଂଶୋଧନ, ମୋବାଇଲ୍ ଲିଙ୍କ, ସୁକନ୍ୟା, ସ୍ଥାୟୀ ଜମା, ବିଭିନ୍ନ ସରକାରୀ ଯୋଜନା, ଗ୍ରାମ୍ୟ ପୋଷ୍ଟ ଅଫିସରୁ ବିଭିନ୍ନ ବ୍ୟାଙ୍କରେ ଥିବା ଜମା ଟଙ୍କା ଓ ସରକାରଙ୍କର ବିଭିନ୍ନ ଯୋଜନାର ସହାୟତା ରାଶି ମଧ୍ୟ ପାଇ ପାରିବେ । ଲୋକମାନଙ୍କୁ ଗ୍ରାମ୍ୟ ପୋଷ୍ଟ ଅଫିସରେ ପାସ୍ ବହି ଖୋଲିବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ । ଲୋକମାନେ କିଭଳି ଅଧିକ ସଞ୍ଚୟ କରି ନିଜ ଗାଁ ପୋଷ୍ଟଅଫିସ୍ରେ ଅଧିକ ଜମା ରଖିବା ପାଇଁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଡାକ ବିଭାଗ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବା ସହିତ ବିଭିନ୍ନ ବୀମା ଉପରେ କମ୍ ଟଙ୍କା ପ୍ରିମିୟମ ଦେଇ ଅଧିକ ସୁବିଧା ସୁଯୋଗ  ପାଇପାରିବେ ବୋଲି ଅଧିକ୍ଷକ ଶ୍ରୀ ସିଂହ ଅବଗତ କରାଇଥିଲେ । ଏଥିରେ ସ୍ଥାନୀୟ  ଲୋକଙ୍କ ସମେତ  ଯୁବକ ଓ ମହିଳା, ଡାକ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଶେଷରେ ଗଗନ ଚନ୍ଦ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।