ଗ୍ରାହକ ପଞ୍ଚାୟତ ବୈଠକ

 ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଦମ ପଡ଼ା ଠାରେ ରାଷ୍ଟ୍ରୀୟ ନବବର୍ଷ ରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ରାଜ୍ୟ ସଂଗଠନର ପ୍ରାନ୍ତୀୟ କାର୍ଯ୍ୟ କାରିଣୀ ବୈଠକ ପ୍ରାନ୍ତ ସଭାପତି ଶଶି ଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ବିଭିନ୍ନ ଖାଉଟି ବିଷୟ ରେ ଆଲୋଚନ ସହିତ ଜିଲ୍ଲା ଗୁଡ଼ିକର ବିବରଣୀ ଓ ସହିତ କାର୍ଯ୍ୟର ସମୀକ୍ଷା କରଯଇଥିଲା  । ବୈଠକରେ ପ୍ରାନ୍ତର ଆଗାମୀ କାର୍ଯ୍ୟ ପନ୍ଥା ସ୍ଥିର କରିବା ସହିତ ପଞ୍ଚାୟତର ୫୦ ବର୍ଷ ପୂର୍ତ୍ତି ନିକଟରେ ଗତ ବର୍ଷ ସରିଥିବା ବେଳେ ଜିଲ୍ଲା ସଙ୍ଗଠନ ଗୁଡିକ ଉପରେ ଆଲୋଚନା କରାଯାଇ ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ୱୟ ସେବକ ସଙ୍ଘକୁ ୧୦୦ ବର୍ଷ ପୂରଣ ସମୟର କାର୍ଯ୍ୟକୁ ଆହୁରି ସକ୍ରୀୟ ବିସ୍ତାର କରି ଆହୁରି ଅଧିକ ସଭ୍ୟ ସଂଖ୍ୟା ବୃଦ୍ଧି କରିବା ଦିଗରେ ପ୍ରସ୍ତାବ ନିଆଯାଇଛି  । ବିଭିନ୍ନ ଜିଲ୍ଲାରେ ଗ୍ରାହକ ନିଶୁଳ୍କ ପରାମର୍ଶ କେନ୍ଦ୍ର କରାଯାଇ ସେବା ଯୋଗାଇ ଦେବାକୁ ସ୍ଥିର କରାଯାଇଥିଲା । କେନ୍ଦ୍ରୀୟ ବୈଠକ ପାଇଁ ପ୍ରାନ୍ତରୁ ୬ ଜଣ ଯିବେ ବୋଲି ନିଷ୍ପତ୍ତି ହୋଇଛି । ରାଜ୍ୟରେ ସୁନ୍ଦରଗଡ଼ରେ ପ୍ରଶିକ୍ଷଣ ବର୍ଗ,ସମ୍ବଲପୁର ସମେତ ଅନ୍ୟ ସ୍ଥାନରେ ପାଞ୍ଚ ପାଞ୍ଚଟି ଜିଲ୍ଳାର ପ୍ରଶିକ୍ଷଣ ବର୍ଗ ନିକଟରେ କରାଯିବାକୁ ସ୍ଥିର କରାଯାଇଛି । ଏହି ବୈଠକରେ ପ୍ରାନ୍ତ ସାଧାରଣ ସମ୍ପାଦକ ମାଣିକ ଲାଲ୍ ବର୍ମା ବିବରଣୀ ପ୍ରଦାନ କରିଥଲେ । ପ୍ରାନ୍ତ ମହିଳା ସଂଯୋଜିକା ସଂଯୁକ୍ତା ମିଶ୍ର, ପ୍ରାନ୍ତ ମହିଳା ସହ ସଂଯୋଜୀକା ମୀନାକ୍ଷୀ ନାଏକ, ସୁନ୍ଦରଗଡ଼ ଜିଲା ସଭାପତି ନବୀନ କୁମାର୍ ପଟେଲ,ଉପ ସଭାପତି ସୁଧାଂଶୁ କୁମାର ଚୌଧୁରୀ, ବଲାଙ୍ଗିର ସଭାପତି ଗୋପବନ୍ଧୁ ଶତପଥୀ, କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ, ଦିବାକର ହୋତା ସଭ୍ୟ ବଲାଙ୍ଗିର,ସମୀର କୁମାର କର ଉପଦେଷ୍ଟା ସୁନ୍ଦରଗଡ଼, ମୀନା ନାଗ, ବିମଳ ପ୍ରସାଦ ପାଣିଗ୍ରାହି ସୁନ୍ଦରଗଡ଼ ପ୍ରମୁଖ ବୈଠକରେ ଆଲୋଚନାରେ ଭାଗ ନେଇଥିଲେ ।