‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’ ଏବେ ‘ଆଂଶିକ ଅଦାଲତ କାର୍ଯ୍ୟଦିବସ’

ାା ଏଜେନ୍ସି ।ା ନୂଆଦିଲ୍ଲୀ:  ସୁପ୍ରିମକୋର୍ଟରେ ଆଉ ରହିବନି ‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’ । ଏହି ଶବ୍ଦର ସ୍ଥାନ ନେବ ‘ଆଂଶିକ ଅଦାଲତ କାର୍ଯ୍ୟ ଦିବସ’ । ନିଜ ନିୟମରେ ସଂଶୋଧନ କରି ସୁପ୍ରିମକୋର୍ଟ ପକ୍ଷରୁ ଏପରି ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ଦ୍ୱାରା ସର୍ବୋଚ୍ଚÿ ନ୍ୟାୟାଳୟର ନିୟମର ସଂଶୋଧନ କରାଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଅଦାଲତର ଆଶିଂକ କାର୍ଯ୍ୟଦିବସର ସମୟ ସୀମା ଓ ଛୁଟିର ସଂଖ୍ୟା ପ୍ରଧାନ ବିଚାରପତି ସ୍ଥିର କରିବେ । ତେବେ ରବିବାରକୁ ଛାଡି ଏହି ସଂଖ୍ୟା ୯୫ରୁ ଯେପରି ଅଧିକ ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ପୂର୍ବରୁ ଏହି ସଂଖ୍ୟା ୧୦୩ ଥିଲା ।  କିନ୍ତୁ ଏବେ ଏହି ଶବ୍ଦ ସୁପ୍ରିମକୋର୍ଟ କ୍ୟାଲେଣ୍ଡରରୁ ହଟାଇ ଦିଆଯାଇଛି । ଚଳିତ ବର୍ଷ ପ୍ରକାଶ ପାଇଥିବା ସୁପ୍ରିମ କୋର୍ଟ କ୍ୟାଲେଣ୍ଡର(୨୦୨୫) ରେ ଅବକାଶକାଳୀନ ଛୁଟି ଶବ୍ଦକୁ ହଟାଇ ଦିଆଯାଇଛି । ଏହା ପରିବର୍ତ୍ତେ ଆଶିଂକ ଅଦାଲତ କାର୍ଯ୍ୟ ଦିବସ ଆସନ୍ତା ବର୍ଷ ୨୬ ମେ’ ରୁ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖରେ ଶେଷ ହେବ  । ସବୁ ବର୍ଷ ମେ’- ଜୁନ ମାସରେ ସୁପ୍ରିମକୋର୍ଟରେ ସାତ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ଗ୍ରୀଷ୍ମକାଳୀନ ଅବକାଶ ହୋଇଥାଏ । ସେହିପରି ଡିସେମ୍ବର ମାସରେ ପ୍ରବଳ ଶୀତ ସମୟରେ ବି ଛୁଟି ହୋଇଥାଏ । କିନ୍ତୁ ତାହା ମଧ୍ୟରେ ଅବକାଶକାଳୀନ ବେଞ୍ଚ ବସିଥାଏ । ଉକ୍ତ ବେଞ୍ଚ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥାନ୍ତି । ଏହି ଛୁଟି ସମୟରେ ଜଜ୍ମାନେ ପରିବାର ସହ ବିଦେଶ ଯାଇ ଛୁଟି କାଟୁଥିବା କୁହାଯାଉଥିଲା । ଏପରିକି କୋର୍ଟରେ ବିଭିନ୍ନ ମାମଲା ପଡି ରହିଥିବା ବେଳେ ବିଚାରପତିମାନେ ବିଦେଶରେ ମଜାମସ୍ତି କରୁଥିବା କୁହାଯାଉଥିଲା । କିନ୍ତୁ ଏଥିରେ ସ୍ପଷ୍ଟୋକ୍ତି ଦେବାକୁ ଯାଇ ପ୍ରଧାନ ବିଚାରପତି କହିଥିଲେ, ଉକ୍ତ ଛୁଟି ସମୟରେ ବିଚାରପତିମାନେ ବାହାରକୁ ଯାଇ ଛୁଟି କାଟି ନ ଥାନ୍ତି । ଉକ୍ତ ସମୟର ଉପଯୋଗ କରି ସେମାନେ ବିଭିନ୍ନ ମାମଲାର ଚୂଡାନ୍ତ ରାୟକୁ ସବିଶେଷ ଭାବେ ଲେଖିଥାନ୍ତି । ଏଥିସହ ଅବକାଶକାଳୀନ ଛୁଟି ସମୟରେ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ନିମନ୍ତେ ପ୍ରଧାନ ବିଚାରପତି ଅବକାଶକାଳୀନ ପୀଠ ଗଠନ କରିଥାନ୍ତି । ଏହି ଛୁଟି ସମୟରେ ବିଚାରପତିମାନେ ନିଜ କାମ ପ୍ରତି ସମର୍ପିତ ରହିଥାନ୍ତି । ଏପରିକି ବିଚାରପତିମାନେ ସାପ୍ତାହିକ ଛୁଟି ଦିନରେ ବି କାମ କରିଥାନ୍ତି ବୋଲି ବି ସେ କହିଛନ୍ତି ।