ଗ୍ରୀଷ୍ମକାଳୀନ ଦକ୍ଷତା ବୃଦ୍ଧି ଶିବିର

ଦେବଗଡ଼ : ବାରକୋଟ ବ୍ଲକ ନୂଆମୁଣ୍ଡା ଗ୍ରାମରେ ଆଜି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଜିତା’ ଏବଂ ମୋରିମୁରା ଫଣ୍ଡ ପକ୍ଷରୁ ପିଲାଙ୍କ ଶିକ୍ଷାର ଦକ୍ଷତା ବୃଦ୍ଧି ପାଇଁ ଗ୍ରୀଷ୍ମ କାଳୀନ ଶିବିର ଉଦଘାଟନୀ ଅନୁଷ୍ଠିତ ହୋଇଯାଇଛି । ଆଜି ଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ଶିବିର ସକାଳ ୭ ରୁ ୯ ଟା ପର୍ଯ୍ୟନ୍ତ ଚାଲୁରହିବ ବୋଲି ସୂଚନା ଦିଆଯାଇଛି । ପିଲାଙ୍କ ଭାଷା ତଥା ଦକ୍ଷତା ବୃଦ୍ଧି କରିବା ପାଇଁ ଏହି ଶିବିରର ଲକ୍ଷ୍ୟ ରହିଛି । ଶୁଣିବା, କହିବା, ଭାବିବା, ଶିଖିବା ଓ ଶିଖାଇବା ଆଦି ଦକ୍ଷତା ଯେଉଁଥିରେ ନାଚ, ଗୀତ, ଅଭିନୟ, ପପେଟ ସୋ, ଚିତ୍ର କାର୍ଡ ମାଧ୍ୟମରେ ଗଳ୍ପକଥନ, ଗଳ୍ପ ତିଆରି, କଳା ଓ ହସ୍ତଶିଳ୍ପ, ଚିତ୍ରାଙ୍କନ, ମଜାଳିଆ ଖେଳ ଆଦି କାର୍ଯ୍ୟକ୍ରମ କରାଯିବ । ଏହି ଅବସରରେ ଆଜି ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ସରୁଆଳୀ ସରପଞ୍ଚ ଶୁଭଦ୍ରା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାଙ୍କୁ ଉସôାହିତ କରିଥିଲେ । ନୂଆମୁଣ୍ଡା ବିଦ୍ୟାଳୟ ପରିଚାଳନା କମିଟୀ ଅଧ୍ୟକ୍ଷ ଦିବାର ଡଙ୍ଗ, ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଚୁନ୍ମା ମୁଣ୍ଡାଙ୍କ ସମେତ ଶିବିରରେ ଅଂଶଗ୍ରହଣ କରିଥିବା ପିଲାଙ୍କ ଅଭିଭାବକ, ଅଭିଭାବିକା ମାନେ ସାମିଲ ହୋଇଥିଲେ । ଜିତା ପକ୍ଷରୁ ରୂପେଶ ବେହେରା ଗ୍ରୀଷ୍ମକାଳିନ ଶିବିରର ଉଦେ୍ଦଶ୍ୟ ଉପରେ ଆଲୋକପାତ କରିଥିଲେ  । ପ୍ରୋଗ୍ରାମ କୋଡିନେଟର ଗୋପାଳ କୃଷ୍ଣ ଥାପା ପରିଚାଳନା କରିଥିବା ବେଳେ ନିରାଶ ପ୍ରଧାନ ସହଯୋଗ କରିଥିଲେ । ନୂଆମୁଣ୍ଡା ଗ୍ରାମର ୫୫ ଜଣ ପିଲା ଏହି ଶିବରରେ ଭାଗ ନେଇଥିବା ବେଳେ ପ୍ରଥମ ଦିନ ବିଭିନ୍ନ ମଜାଳିଆ ଖେଳ ମାଧ୍ୟମରେ ପିଲାଙ୍କୁ ଉସôାହିତ କରାଯାଇଥିଲା ।