ଗ୍ଲୋରିଫେଷ୍ଟ ଉସବ ଉଦ୍ଘାଟିତ
ପୁରୀ : ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ପକ୍ଷରୁ ୨୮ତମ ଜାତୀୟ ଯୁବ ଉସôବ ଗ୍ଲୋରିଫେଷ୍ଟ ମଙ୍ଗଳବାର ପୁରୀ ପୌରସଦନ ଠାରେ ଉଦ୍ଘାଟିତ ହୋଇଛି । ଏହି ଉସôବରେ ୪ଟି ରାଜ୍ୟର ୩ଶହ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ନିଦେ୍ର୍ଦଶକ ପ୍ରଫେସର ବନମାଳୀ ବିଶ୍ୱାଳ, ସୂଚନା ଓ ଲୋକସଂପର୍କ ବିଭାଗ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ, ଉପଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ କୁମାର ସାହୁ ଓ ଜିଲ୍ଲା ବିଜେପି ସଭାପତି ଡ଼. ଦେବେନେ୍ଦ୍ରନାଥ ତରେଇ ଅତିଥିଭାବେ ଯୋଗଦେଇ ଉସôବକୁ ଉଦ୍ଘାଟନ କରିଥିଲେ । ଏହିଭଳି ଉସôବ ଆନ୍ତଃରାଜ୍ୟ ସାଂସ୍କୃତିକ ଭାବ ବିନିମୟରେ ସହାୟକ ହେବ ଏବଂ ଛାତ୍ରଛାତ୍ରୀମାନଙ୍କର ପ୍ରତିଭାରେ ବିକାଶ ଘଟିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରଫେସର ହରେକୃଷ୍ଣ ଶତପଥୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ବିଦ୍ରୋହ କେଶରୀ ସିଂ, କାର୍ଯ୍ୟକାରୀ ସଭାପତି ରାଜେଶ ମହାନ୍ତି, ଉପାଧ୍ୟକ୍ଷ ରାକେଶ ସାମଲ, ସଂଗଠକ ସମ୍ପାଦକ ସୌମ୍ୟରଞ୍ଜନ ମିଶ୍ର ଓ ପୂର୍ଣ୍ଣେନ୍ଦୁ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସନ୍ତା ୧୪ ତାରିଖରେ ପ୍ରତିଯୋଗୀତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରୀଙ୍କୁ ଗ୍ଲୋରି କୁଇନ୍ ଭାବେ ସମ୍ମାନିତ କରାଯିବ । ଏହି ଦିନ ମୁଖ୍ୟ ଆକର୍ଷଣ ହେଲେ ବଲିଉଡ଼ କଣ୍ଠଶିଳ୍ପି ତିଲକ ଚକ୍ରବର୍ତ୍ତୀ ।