ଘଣ୍ଟା ଘଣ୍ଟା ଅନ୍ଧାର ଆନନ୍ଦପୁର

 ଆନନ୍ଦପୁର : ଅନ୍ଧାରରେ ଆନନ୍ଦପୁର । ଦୀର୍ଘ ୪ ଘଣ୍ଟା ଧରି ଆନନ୍ଦପୁରରେ ବିଦୁ୍ୟଜ୍  ସଂଯୋଗ ବିଚ୍ଛିନ୍ନ ହୋଇଛି । ଶନିବାର ଦିନତମାମ ଆନନ୍ଦପୁର ଅଞ୍ଚଳରେ ଖରାର ପ୍ରକୋପ ରହିଥିବା ବେଳେ ସନ୍ଧ୍ୟା ୫.୩୦ ମିନିଟ ସମୟରେ ପାଗରେ ପରିବର୍ତ୍ତନ ଆସିଥିଲା । ସାମାନ୍ୟ ବିଜୁଳି ଘଡଘଡି ପରେ ସନ୍ଧ୍ୟା ୬ ଘଟିକା ସମୟରେ ବର୍ଷା ହୋଇଥିଲା । ବର୍ଷା, ବିଜୁଳି ଏବଂ ଘଡଘଡିର ପ୍ରକୋପର ମାତ୍ରା ସେଭଳି ଅଧୀକ ନଥିବା ବେଳେ ବିଦୁ୍ୟତ ବିଭାଗ  ଚିରାଚରିତ ଢଙ୍ଗରେ ଲାଇନ କାଟିଦେଇଥିଲା । ବର୍ଷା ବନ୍ଦ ପରେ ଘଣ୍ଟା ଘଣ୍ଟା ବିତି ଯାଇଥିଲେ ମଧ୍ୟ୍ୟ ଲାଇନ ଆସିନଥିଲା । ରାତି ୯ ଘଟିକା ପରେ ବିଦୁ୍ୟତ ବିଭାଗର କନିଷ୍ଠ ଯନ୍ତ୍ରୀ ଶୁଶାନ୍ତ କୁମାର ସେଠୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ୩୩ କେଭି ଲାଇନ ଫଲ୍ଟ କାରଣରୁ ବିଦୁ୍ୟତ ସରୋବରାହ ବିଚ୍ଛିନ୍ନ ହୋଇଥିବା କାରଣ ଦର୍ଶାଇଥିଲେ । ତେବେ ୪ ଘଣ୍ଟାରୁ ଉର୍ଦ୍ଧ ସମୟପରେ ବିଳମ୍ବିତ ରାତ୍ରୀ ଅର୍ଥାତ ୧୧.୩୦ ମିନିଟ ସମୟରେ ଲାଇନ ଆସିଥିଲା ।