ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ
କପ୍ତିପଦା : କପ୍ତିପଦା ଥାନା ଅନ୍ତର୍ଗତ ସୁଡୁସୁଡିଆ ଗ୍ରାମରେ ଡକାୟତମାନେ ଜୈନିକ ବ୍ୟକ୍ତିଙ୍କ ଘରେ ପଶି ଲୁଟି ନେଇଛନ୍ତି ତିନି ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ଦଶ ହଜାର ଟଙ୍କା । ଅଭିଯୋଗରୁ ପ୍ରକାଶ, ସୁଡୁସୁଡିଆ ଗ୍ରାମର ସ୍ୱର୍ଗତ କାହ୍ନୁଚରଣ ପାଣ୍ଡିଆଙ୍କ ପନôୀ ରୁଚିରା ଶିବରାତ୍ରୀ ଅବସରରେ ନିଜ ଝିଅଘର ଉଦଳାକୁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ଘରର ମୁଖ୍ୟଦରଜା ଭାଙ୍ଗି ଘରେ ପଶି ଲୁହା ଆଲମିରାରେ ଥିବା ଆନୁମାନିକ ତିନି ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ଦଶ ହଜାର ଟଙ୍କାକୁ ନେଇ ଯାଇଛନ୍ତି । ରୁଚିରା ଗତକାଲି ଝିଅଘରୁ ଆସି ଦେଖନ୍ତି ଯେ ଘରେ ଚୋରି ହୋଇଯାଇଛି । ଖବର ପାଇ କପ୍ତିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚôବା ସହିତ ଏକ ମାମଲା ରୁଜୁୁ କରି ଘଟଣାର ତଦନ୍ତ ଜାରି ରଖିଛି । ତେବେ କିଛିଦିନ ଅନ୍ତରରେ କପ୍ତିପଦା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାର ବେଳେ ପୁଲିସର ନିଷ୍କ୍ରିୟତା ଚୋରମାନଙ୍କୁ ସୁହାଉଥିବାର ସାଧାରଣରେ ଆଲୋଚନା ହେଉଛି ।