ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ସିଡ୍ ବଲ୍’ ବଣ୍ଟନ
ବାରଙ୍ଗ : ଭାରତ ସ୍କାଉଟ୍ସ ଆଣ୍ଡ୍ ଗାଇଡ୍ସର ଓଡ଼ିଶା ଶାଖା ସହାୟତାରେ ସ୍ଥାନୀୟ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ରୋଭର୍ସ ଓ ରେଞ୍ଜର୍ସମାନେ ବାଙ୍କି ସ୍ଥିତ ଚର୍ଚ୍ଚିକା ମନ୍ଦିର, ଅଂଶୁପା ହ୍ରଦ ଓ ଦେବୀଦ୍ୱାର ଭଳି ପ୍ରମୁଖ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀଗୁଡ଼ିକରେ ‘ସିଡ୍ ବଲ୍’ (ଫଳଗଛର ବୀଜ ଥିବା ବଲ୍) ଆବଣ୍ଟନ କରିଥିଲେ । ଲୋକେ କିପରି ନିଜ ଘର ଚାରିପାଖ, ପଡ଼ିଆ ଓ ଗୋଚର ଜମିରେ ଏସବୁ ମଞ୍ଜି ଥିବା ବଲଗୁଡ଼ିକୁ ଲଗାଇପାରିବେ, ସେଥିପାଇଁ ଘରକୁ ଘର ବୁଲି ସଚେତନ କରାଇବା ସାଙ୍ଗକୁ ଏସବୁ ସିଡ୍ ବଲ୍ ବିତରଣ କରିଥିଲେ । ବିଶେଷ କରି ଚର୍ଚ୍ଚିକା ମନ୍ଦିର ଓ ଅଂଶୁପା ହ୍ରଦରେ, ରୋଭର ଏବଂ ରେଞ୍ଜରଙ୍କ ଦ୍ୱାରା ୧୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ମଞ୍ଜିଥିବା ପ୍ୟାକ୍ ବଣ୍ଟାଯାଇଥିଲା । ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଓ ନିଜ ଅଞ୍ଚଳରେ ସିଡ୍ ବଲ୍ ଲଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ତଥା ରୋଭର ସ୍କାଉଟ୍ ଲିଡର ଡ. ସନ୍ଦୀପ ରାଉତଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିଲା । ସେଥିପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରଶାସନ, କୁଳପତି ପ୍ରଫେସର ତେଜପ୍ରତାପ, ଛାତ୍ର କଲ୍ୟାଣ ବିଭାଗ ଡିନ୍ ପ୍ରଫେସର ଜୟପ୍ରକାଶ ଭଟ୍ଟ, ମାନବସମ୍ବଳ ବିଭାଗ ଉପନିଦେ୍ର୍ଦଶକ ଜ୍ୟୋତିରଞ୍ଜନ ଗଡ଼ନାୟକଙ୍କ ସମେତ ଅନ୍ୟମାନେ ରୋଭର୍ସ ଓ ରେଞ୍ଜର୍ସମାନଙ୍କୁ ସାଧୁବାଦ ଜଣାଇଥିଲେ ।