ଘୁମୁରା ଉତ୍ସବରେ ବେଦାନ୍ତ ଲାଞ୍ଜିଗଡର ବିକାଶ ମୂଳକ କାର୍ଯ୍ୟକ୍ରମ ପ୍ରଦର୍ଶିତ

 କଳାହାଣ୍ଡି,: ଚାରି ଦିନ ଧରି ଚାଲିଥିବା ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୫ ପାଳନ ଅବସରରେ ଭାରତର ଅଗ୍ରଣୀ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ସହାୟକ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ଏହାର ଷ୍ଟଲରେ କମ୍ପାନୀ ଏହି ଅଞ୍ଚଳରେ ଚଳାଇଥିବା ପରିବର୍ତ୍ତନଶୀଳ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରିଛି ।
ବେଦାନ୍ତ ଷ୍ଟଲରେ ପ୍ରୋଜେକ୍ଟ ଆଦିକଳାର ହାତ ତିଆରି ସାମଗ୍ରୀର ଚମକôାର ପ୍ରଦର୍ଶନ କରାଯାଇଥିଲା । ଯାହା ଭାରତର ସର୍ବପୁରାତନ କଳା - ସଉରା ଏବଂ ଢୋକ୍ରାକୁ ପୁନରୁଦ୍ଧାର କରିବା ସହିତ ସ୍ଥାୟୀ ଜୀବିକା ମାଧ୍ୟମରେ ୨୦୦ରୁ ଅଧିକ ଗ୍ରାମୀଣ ପରିବାରକୁ ସଶକ୍ତ କରିଥାଏ । ଗ୍ରାମୀଣ ମହିଳାଙ୍କ ପାଇଁ ବେଦାନ୍ତର ଅର୍ଥନୈତିକ ସ୍ୱାଧୀନତାର ସ୍ୱପ୍ନକୁ ପ୍ରତିଫଳିତ କରୁଥିବା ପ୍ରୋଜେକ୍ଟ ସଖୀ ଅଧୀନରେ ୪୦୦୦ରୁ ଅଧିକ ମହିଳାଙ୍କ ଦ୍ୱାରା ବିକଶିତ ଘରୋଇ ଜୈବିକ ଉତ୍ପାଦ ଏହି କଳାତ୍ମକ ପ୍ରଦର୍ଶନର ଏକ ଅଂଶ ଥିଲା । ଏହାବ୍ୟତୀତ ବେଦାନ୍ତର ଅତ୍ୟାଧୁନିକ କାରଖାନାରେ ବକ୍ସାଇଟ୍ ପଥରକୁ ଉଚ୍ଚମାନର ଆଲୁମିନିୟମ ଉତ୍ପାଦରେ ପରିଣତ କରିବାର ପ୍ରଦର୍ଶନ କରି ପର୍ଯ୍ୟଟକଙ୍କୁ ଆଲୁମିନିୟମର ଯାତ୍ରା ସମ୍ପର୍କରେ ଅବଗତ କରାଯାଇଥିଲା । ଏଥିସହିତ ପରିବେଶ ପରିଚାଳନା ସହ କମ୍ପାନୀର ସ୍ଥାୟୀ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ବେଦାନ୍ତ ଷ୍ଟଲକୁ ଉଦ୍ଘାଟନ କରି କଳାହାଣ୍ଡି ସାଂସଦ  ମାଲବିକା ଦେବୀ ଓ ଜିଲ୍ଲାପାଳ ସଚିନ ପାୱାର ଏହି ଅଞ୍ଚଳର ସଂସ୍କୃତି ଓ ଆଧୁନିକ ବିକାଶର ଅନନ୍ୟ ମିଶ୍ରଣ ପାଇଁ ଗର୍ବ ପ୍ରକାଶ କରିଥିଲେ । ବେଦାନ୍ତ ଆଲୁମିନା ବିଜନେସ୍ର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଏହି ଉତ୍ସବରେ ଯୋଗ ଦେଇ କହିଛନ୍ତି ଯେ, କଳାହାଣ୍ଡି ଉତ୍ସବ ଏହି ଅଞ୍ଚଳର ଆତ୍ମାକୁ ସ୍ମରଣ କରୁଥିବା ଏକ ମଞ୍ଚ ଭାବେ କାର୍ଯ୍ୟ କରୁଛି ଏବଂ ବେଦାନ୍ତ ଏହି ଭବ୍ୟ ଉତ୍ସବର ଅଂଶ ହୋଇ ଗର୍ବ ଅନୁଭବ କରୁଛି । କେବଳ ଆମର ଶିଳ୍ପ ଉକôର୍ଷତା ନୁହେଁ, କଳାହାଣ୍ଡିର ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମର ସମର୍ପଣକୁ ମଧ୍ୟ ଆମେ ଆଲୋକପାତ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ଉସôବ ପ୍ରଗତି ଏବଂ ପରମ୍ପରାର ସଂପୂର୍ଣ୍ଣ ସମନ୍ୱୟକୁ ପ୍ରତିଫଳିତ କରୁଥିବା ବେଳେ ଆମେ ଯୋଗଦାନ କରି ଗର୍ବ ଅନୁଭବ କରୁଛୁ ବୋଲି ସିଇଓ କହିଛନ୍ତି ।