ଚାକିରିରୁ ଛଟେଇ ପ୍ରତିବାଦରେ ସଫେଇ କର୍ମଚାରୀଙ୍କ ଆନେ୍ଦାଳନ

 ଆନନ୍ଦପୁର : ଆନେ୍ଦାଳନକୁ ଓହ୍ଲେଇଲେ ସଫେଇ କର୍ମଚାରୀ  । ଚାକିରୀରୁ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନେ୍ଦାଳନକୁ ଓହ୍ଲାଇଛନ୍ତି ଆନନ୍ଦପୁର ମୁଖ୍ୟ ଚିକିସôାଳୟର ସଫେଇ କର୍ମଚାରୀ  । ଏହାଦ୍ୱାରା ମେଡିକାଲ ପରିସରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ପଡିଛି  । ଠିକା ସଂସ୍ଥାର ଏଜେନ୍ସି ଅଧୀନରେ ୨୬ ଜଣ ସଫେଇ କର୍ମଚାରୀ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରି ଆସୁଛନ୍ତି  । ମାତ୍ର ଗତ ମାସ ପୁରୁଣା ଏଜେନ୍ସିର କାର୍ଯ୍ୟକାଳ ସରିଯାଇଥିବା ବେଳେ ବର୍ତମାନ ନୂଆ କରି କାମ ପାଇଥିବା କ୍ୟାପିଟାଲ ନାମକ ଏଜେନ୍ସି ସଫେଇ କର୍ମଚାରୀ ମାନଙ୍କୁ ସପ୍ତମ ପାସ ସାର୍ଟିଫିକେଟ ମାଗୁଛି  । ମାତ୍ର ପ୍ରମାଣପତ୍ର ଦେଇ ନପାରିବାରୁ  ୮ ଜଣ ସଫେଇ କର୍ମଚାରୀଙ୍କୁ ଏହି ସଂସ୍ଥା ଛଟେଇ କରିଛି  । ଯଦ୍ୱାରାକି ଛଟେଇ କର୍ମଚାରୀ ମାନଙ୍କୁ ସମର୍ଥନ କରି ସମସ୍ତ କର୍ମଚାରୀ କାର୍ଯ୍ୟ ବନ୍ଦ ଆନେ୍ଦାଳନକୁ ଓହ୍ଲାଇଛନ୍ତି  । ଏହାକୁ ନେଇ ମେଡିକାଲ ପରିଷରରେ ସଫେଇ କାର୍ଯ୍ୟରେ ଦେଖା ଦେଇଛି ଅଚଳା ଅବସ୍ଥା  । ତେବେ ଏନେଇ ମେଡିକାଲ କର୍ମଚାରୀ କିମ୍ବା ନୂଆ ଏଜେନ୍ସିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ  । ତେବେ ଏଠାରେ ପ୍ରଶ୍ନ ଉଠୁଛି ଦୀର୍ଘ ଦିନ ହେଲା କାର୍ଯ୍ୟ କରିଆସୁଥିବା ସଫେଇ କର୍ମଚାରୀ ମାନେ ବୟସର ଅପରାହ୍ନରେ କେଉଁଠୁ ସପ୍ତମ ଶ୍ରେଣୀ ପାସ ସାର୍ଟିଫିକେଟ ଆଣିଦେବେ ଏବଂ ଯଦି ସାର୍ଟିଫିକେଟ ଦେଇ ନପାରି ଛଟେଇ ହେବେ ତେବେ ସେମାନେ କିପରି ଚଳିବେ  । ଏନେଇ ପ୍ରଶାସନିକ ଅଧିକାରୀ ମାନେ ତୁରନ୍ତ ହସ୍ତକ୍ଷେପ କରିବାକୁ ସଫେଇ କର୍ମଚାରୀ ମାନେ ନିବେଦନ କରିଛନ୍ତି  ।