ଚାକିରି ଆଶାରେ ଟଙ୍କା ଦେଇ ଫସିଗଲେ ଯୁବକ

 ଆସିକା:  ସରକାରୀ ଚାକିରୀ କରିବା ଆଶାରେ ଟଙ୍କା ଦେଇ ଫସିଗଲେ ଯୁବକ । ଏହି ଘଟଣା ଘଟଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗ୍ରାମର ପାଟଣା ସାହିର ସନ୍ତୋଷ ପାଢ଼ୀଙ୍କ ବିପକ୍ଷରେ । ସରକାରୀ ଚାକିରୀ କରି ଦରମା ମିଳିବା ଆଶାରେ କାଳଷଣ୍ଢପୁର ଉଦୟ ନାଥ ମୁନି ଓ ଗୋପାଳପୁରର ଜଗଦୀଶ ବେହେରାକୁ ନିଜ ପରିବାରର ସୁନା ଅଳଂକାର ଏବଂ ଜମି ବାଡ଼ି ବନ୍ଧକ ରଖି ନଗଦ ୮ ଲକ୍ଷ ଏବଂ ୫୨ ଲକ୍ଷ ଟଙ୍କା ଆକାଉଣ୍ଟରେ ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସନ୍ତୋଷ  । ଜାଲ ନିଯୁକ୍ତି ପତ୍ର ଦେଇ ଓଡିଶା ଏବଂ ଓଡିଶା ବାହାରରେ ରେଲୱେରେ ସୁପରଭାଇଜର ଆଦି ପୋଷ୍ଟରେ ଚାକିରୀ କରିବାକୁ କହି କିସ୍ତି କିସ୍ତି କରି ଠକି ନେଇଛନ୍ତି ଦୁଇ ଯୁବକ । ଅଫିସରୁ ମେଲ ଆସିଲେ କିଛି ଟଙ୍କା, ଆଇ କାର୍ଡ ଆସିଲେ କିଛି ଟଙ୍କା, କଲ ଲେଟର ଆସିଲେ କେତେ ଟଙ୍କା ଓ କାମରେ ଲଗାଇବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଚାକିରୀ ପାଇଁ ସନ୍ତୋଷ ଏବଂ ତାଙ୍କ ଭାଇ ସମେତ ୬ ଜଣ ସାଙ୍ଗ ମଧ୍ୟ ଏଥିରେ ଫସି ଯାଇଛନ୍ତି ବୋଲି କେମେରା ଆଗରେ ସନ୍ତୋଷ ପ୍ରକାଶ କରିଛନ୍ତି  । ସନ୍ତୋଷ ଓ ତାଙ୍କ ଭାଇକୁ ଖୋର୍ଦ୍ଧା, କଲିକତା, ଟାଟା ନଗର, ଶିଆଲଦା, ମାଜ୍ରହାଟ ରେ ଖଲାସୀ ରୂପେ କାମ କରିବେ ବୋଲି କହିଥିଲେ । ତେବେ ସେ ଅଫିସକୁ ଗଲାପରେ ଠକମାନେ ଦେଇଥିବା ଚିଠି ଦେଖାଇବା ବେଳେ ନକଲି ବୋଲି କହି ଫେରାଇ ଦେଇଥିଲେ । ଚାରିଆଡେ ଫେକ ନିଯୁକ୍ତି ପତ୍ର ଧରି ଚାକିରୀ ନକରି ନିରାଶରେ ଫେରି ଆଜି ଆସିକା ଥାନାରେ ଅଭିଯୋଗ କରିଛନ୍ତି  । ସରକାରୀ କାର୍ଯ୍ୟାଳୟରେ ଚାକିରୀ କରିବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଯୁବକମାନଙ୍କୁ ପୂର୍ବରୁ ବ୍ରହ୍ମପୁର ଆରକ୍ଷୀ ଅଧିକାରୀ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।