ଚାଷଜମିରୁ  ସୋଲାର ଚୋରି, ଥାନାରେ ଏତଲା

ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଚନ୍ଦ୍ରପୁର ପଂଚାୟତ ସଦର ମହକୁମାରେ ଜଣେ ଚାଷୀଙ୍କ ଚାଷ ଜମିରୁ ଲାଗିଥିବା ସୋଲାର ଚାଳିତ ବୋରୱେଲରୁ ସୋଲାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଚନ୍ଦ୍ରପୁର ଗାଁ ର ଭଗବାନ ମାଝୀଙ୍କ ଜମିରେ ସୋଲାର ଚାଳିତ ବୋରୱେଲ ଦୁଇ ବର୍ଷ ହେଲେ ଲାଗିଛି । କିନ୍ତୁ କିଛି ଦୁବୃର୍ତ୍ତମାନେ ଗତ ରବିବାର ରାତିରେ ଦୁଇ ଗୋଟି ସୋଲାରକୁ ଚୋରି କରି ନେଇଯାଇଛନ୍ତି । ଭଗବାନ ସକାଳେ ଜମିକୁ ବୁଲିବାକୁ ଯାଇ ଦେଖିଲା ବେଳକୁ ଦୁଇଟି ସୋଲାର ନଥିବାରୁ ଏ ନେଇ ମଇଦଲପୁର ଥାନାରେ ଏକ ଲିଖିତ ଏତଲା ଦେଇଥିବା ସୂଚନା ମିଳିଛି । ବର୍ତ୍ତମାନ ଅଞ୍ଚଳରେ ବର୍ଷା ଉଭାନ ହୋଇ ଯାଇଥିବାରୁ ଚାଷ ଜମିରେ ଏବେ ପ୍ରଚୁର ପରିମାଣରେ ପାଣିର ଆବଶ୍ୟକତା ରହିଛି । ଏଣୁ ବିଭାଗୀୟ ପକ୍ଷରୁ ଶୀଘ୍ର ଭଗବାନଙ୍କ ବୋରୱେଲ ସୋଲାର ଯୋଗାଇ ଦେବା ସହ ଚୋରମାନଙ୍କୁ ଧରିବା ପାଇଁ ଦାବି ହୋଇଛି ।