ଚାଷୀଙ୍କୁ ମିଳିଲା ଧାନ ଏମ୍ଏସ୍ପି
ନବରଙ୍ଗପୁର: ଖରିଫ୍ ମଣ୍ଡିରେ ଧାନ ଦେଇ ରାଇଘର ବ୍ଲକର ୩୪୪ ଚାଷୀ ସେମାନଙ୍କ ଟଙ୍କା ପାଇ ନ ଥିଲେ । ଘଟଣାକୁ ୩ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ବାରମ୍ବାର ଦାବି ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା । ଏହାପରେ ଚାଷୀଙ୍କୁ ଧାନର ପ୍ରାପ୍ୟ ଦେବାକୁ ଭୁବନେଶ୍ୱରରେ ପୂର୍ବତନ ଏମ୍ପି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଅହୋରାତ୍ର ଆନେ୍ଦାଳନ ଚାଲିଥିଲା । ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଚାଷୀଙ୍କୁ ସେମାନଙ୍କ ଧାନ ଏସ୍ଏସ୍ପି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ସୋମବାର ବୋନସ୍ ଟଙ୍କା ପାଇଁ ସନ୍ଧ୍ୟାରୁ ଚାଷୀଙ୍କ ଆକାଉଣ୍ଟକୁ ଏମ୍ଏସ୍ପି ଟଙ୍କା ପଠାଯିବ ବୋଲି ଜିଲ୍ଲାଯୋଗାଣ ଅଧିକାରୀ ଅଜୟକୁମାର ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମଙ୍ଗଳବାର ଏହି ଧାରଣା ହଟିଛି । ପ୍ରତିଶ୍ରୁତିକ୍ରମେ ୨ ଦିନରେ ୫୯ ଚାଷୀଙ୍କୁ ଧାନ ଏସ୍ଏସ୍ପି ମିଳିଛି । କିନ୍ତୁ ବଳକା ୮ଶହ ଟଙ୍କା ବୋନସ୍ ଏବେ ବି ମିଳି ନ ଥିବାରୁ ପୁଣି ରାଇଘରରେ ଆନେ୍ଦାଳନ ହେବ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି ।