ଚାଷୀଙ୍କ ବର୍ଷକର ଦାନା ଛଡାଇନେଲା "ଦାନା’
ାା ପ୍ରଭାନୁ୍ୟଜ ।ା ବୈଶିଙ୍ଗା: ବାତ୍ୟା ‘ଦାନା’ ପ୍ରଭାବରେ ହୋଇଥିବା ବର୍ଷା ଓ ପବନ ମାଡରେ ଚାଷ ଜମିରେ ଚାଷୀଙ୍କର ବର୍ଷକର ଦାନ ନଷ୍ଟ ହୋଇଯାଇଛି । ବୈଶିଙ୍ଗା ଓ ଏହାର ଆଖପାଖ ଅଞ୍ଚଳରେ ଏଭଳି କ୍ଷତି ହୋଇଥିବାର ଚାଷୀ ଅଭିଯୋଗ କରିଛନ୍ତି । ବୈଶିଙ୍ଗା ପଞ୍ଚାୟତ ଅଧିନ ଜାମନଣ୍ଡା ଗ୍ରାମରେ ବହୁ ଚାଷୀ ଏକ ଅଭିଯୋଗ କୃଷି ଅଧିକାରୀଙ୍କୁ ଦେଇଥିବାର ଜଣାଯାଇଛି । ବର୍ଷା ଛାଡି ଯିବା ପରେ କୃଷି ବିଭାଗ ଏବଂ ରାଜସ୍ୱ ବିଭାଗ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ପ୍ରଶାସନକୁ ରିପୋର୍ଟ ଦାଖଲ କରିବା କଥା ମାତ୍ର ଏହାକୁ ଅତି ହାଲୁକା ଭାବେ ନେଇ କୌଣସି ଅଧିକାରୀ ଆଜି ଆକଳନ ପାଇଁ ଆସି ନଥିବା ଅଭିଯୋଗ ହୋଇଛି । ଜଣେ ଚାଷୀ ନିଜର ବର୍ଷକର ଖାଦ୍ୟ ପାଇଁ ବିହନ, ସାର, କୀଟନାଶକ ବାବଦରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଧାନ କାଟିବାକୁ ଅପେକ୍ଷା କରିଥାଏ । ମାତ୍ର ଏଭଳି ଦୈବିଦୁର୍ବିପାକ ଆସିଲେ ସଂପୂର୍ଣ୍ଣ ଚାଷ ନଷ୍ଟ ହୋଇଯିବା ଫଳରେ ସମବାୟ ସଂସ୍ଥାରୁ ଋଣ ଆଣି ଚାଷୀ ସୁଝିବାକୁ ହୀନସ୍ତା ହୋଇଯାଏ । ଯାହାଫଳରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ । ଚଳିତ ବାତ୍ୟା ଯେଭଳି କ୍ଷତି କରିଛି ସରକାରୀ କ୍ଷତି ପୂରଣ ନ ମିଳିଲେ କିଛି ବି ଅଘଟଣ ଘଟିବାକୁ ଏଡାଇ ଦିଆ ଯାଇ ନପାରେ । ତେଣୁ ଶୀଘ୍ର କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।