ଚାଷୀ ଓ ପ୍ରାଣୀପାଳକ ରାଜ୍ୟ ସମୃଦ୍ଧିର ମେରୁଦଣ୍ଡ: ରାଜ୍ୟପାଳ

 ଭୁବନେଶ୍ୱର : ଆଜି ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ମସô୍ୟ-ପ୍ରାଣୀ ସମାବେଶ ଓଡିଶା-୨୦୨୫ର ଉଦ୍ୟାପନୀ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି । ସେ ତାଙ୍କ ଉଦ୍ବୋଧନରେ କହିଥିଲେ କି, ମସô୍ୟଚାଷୀ ଓ ପ୍ରାଣୀପାଳକମାନେ ରାଜ୍ୟ ସମୃଦ୍ଧିର ମେରୁଦଣ୍ଡ । ରାଜ୍ୟର ବିସ୍ତୀର୍ଣ୍ଣ ଉପକୂଳ, ଆଭ୍ୟନ୍ତରୀଣ ଜଳଉସô ରହିଥିବାରୁ ଓଡ଼ିଶା ମସô୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟଭାବେ ନେତୃତ୍ୱ ନେବାର ଅପାର ସମ୍ଭାବନା ଓ ସୁଯୋଗ ରହିଛି । ଗ୍ରାମୀଣ ଜୀବିକାକୁ ସୁନିଶ୍ଚିତ କରିବା, ଅର୍ଥନୈତିକ ଅଭିବୃଦ୍ଧି କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହାର ସାମର୍ଥ୍ୟ ରହିଛି ବୋଲି ରାଜ୍ୟପାଳ କହିଥିଲେ । ସେହିପରି ଆଗାମୀ ୫ ବର୍ଷ ମଧ୍ୟରେ ୩ ଲକ୍ଷ ଚାଷୀଙ୍କୁ ସିଧାସଳଖ ଲାଭ ଦେବା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ ମସô୍ୟଜୀବୀ କଲ୍ୟାଣ ଯୋଜନା’ ଅନ୍ତର୍ଗତ ୧୭ଟି କାର୍ଯ୍ୟକ୍ରମ ସମେତ ବିଭିନ୍ନ ଯୋଜନା ରାଜ୍ୟ ସରକାର ପ୍ରବର୍ତ୍ତନ କରିଛନ୍ତି । ଏଣୁ, ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ସଦୁପଯୋଗ କରି ରାଜ୍ୟର ଯୁବଗୋଷ୍ଠୀ ଉଦ୍ୟୋଗୀ ହେବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । ରାଜ୍ୟପାଳ ଆହୁରି କହିଥିଲେ କି, "ନୀଳ ଅର୍ଥନୀତି’ (ବ୍ଲୁ ଇକୋନୋମି) ଭାବେ ଅଭିହିତ ମସô୍ୟ ଚାଷ କ୍ଷେତ୍ରରେ ନିଯୁକ୍ତି ସୁଯୋଗ, ଖାଦ୍ୟ ନିରାପତ୍ତା ଓ ବୈଦେଶିକ ମୁଦ୍ରା ରୋଜଗାର ପାଇଁ ଓଡିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଓଡିଶା ଭାରତର ଏକ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀ ରାଜ୍ୟଭାବେ ଉଭା ହୋଇଛି । ଏହି ସମାରୋହରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବକ୍ତବ୍ୟ ପ୍ରଦାନ କରି ମସô୍ୟ ଓ ପ୍ରାଣୀସମ୍ପଦ ବିକାଶରେ ସହଯୋଗର ହାତ ବଢାଇବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ବିଏମସିର ମେୟର ସୁଲୋଚନା ଦାସ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ମସô୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ  ଉଦ୍ୟାନକୃଷି ବିଭାଗର ନିଦେ୍ର୍ଦଶକ ନିଖିଲ ପବନ କଲ୍ୟାଣ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ଓମଫେଡର ପ୍ରେସିଡେଣ୍ଟ କିଶୋର ଚନ୍ଦ୍ର ପ୍ରଧାନୀ ମଞ୍ଚାସୀନ ହୋଇଥିଲେ ।