ଚିଲିକା ତହସିଲଦାରଙ୍କ ଦୁର୍ବ୍ୟବହାରକୁ ନେଇ ତେଜୁଛି ଜନ ଅସନ୍ତୋଷ 

 ଚିଲିକା : କଥାରେ ଅଛି ଯଥା ପୂର୍ବମ ତଥା ପରମ । ସେବା ମନୋବୃତ୍ତି ରଖୁ ନ ଥିବା ପ୍ରଶାସନିକ ଅଧିକାରୀ କେଉଁ ଆଶାରେ ଗାଦି ମାଡି ବସିଛନ୍ତି ତହସିଲ କାର୍ଯ୍ୟାଳୟରେ । କ’ଣ ପାଇଁ ଏଠି ନିଦାବିଷ୍ଣୁ ସାଜିଛି ପ୍ରଶାସନ । କାହାର ଛତ୍ରଛାୟା ତଳେ ଚିଲିକା ତହସିଲଦାର କାହ୍ନୁ ଚରଣ ଘଡେଇ । ଲୋକଙ୍କର ସମସ୍ୟାକୁ ବୁଝିବା ଦୂରର କଥା, ଲୋକଙ୍କୁ ଯେଉଁ ପ୍ରକାରର ଦୁର୍ବ୍ୟହାର କରାଯାଉଛି ତାହା କହିଲେ ନ ସରେ । ଜଣେ ବୃଦ୍ଧା ଯାହାଙ୍କର ବୟସ ୭୦ ବର୍ଷରୁ ଅଧିକ ହେବ । ଆଜକୁ ବର୍ଷେ ହେବ ଧାଉଁଛନ୍ତି ତହସିଲ ଅଫିସକୁ ।
ଆମ ପ୍ରତିନିଧି ତାଙ୍କ ସହିତ ଆଲୋଚନା କରିଥିଲେ । ଲୋକ ଜଣକ କୋହ ଭରା କଣ୍ଠରେ କହିଥିଲେ ବର୍ଷେ ହେଲା ଏଠିକୁ ଆସୁଛି ପୂର୍ବରୁ ଯେଉଁ ତହସିଲଦାର ଥିଲେ, ସେ କାମ ହେଇଯିବ ବୋଲି କହୁଥିଲେ କିନ୍ତୁ ତାଙ୍କର ବଦଳି ହୋଇଗଲା । ଆଉ ଏବେ ଯୋଉ ଘଡେଇ ବାବୁ ଆସିଛନ୍ତି ସେ ବି କହୁଛନ୍ତି ହେଇଯିବ କିନ୍ତୁ କିଛି କରୁ ନାହାନ୍ତି । କାମ ତ କରୁ ନାହାନ୍ତି ସତ କିନ୍ତୁ ଭାରି ଖରାପ ବ୍ୟବହାର କରୁଛନ୍ତି । ତୁ, ତା, ହାକ, ଭାକ କହି କଥା କହୁଛନ୍ତି ତହସିଲଦାର । ବହୁତ କଷ୍ଟ ଲାଗୁଚି ଆଉ  ଗଲାବେଳେ କାନ୍ଦି କାନ୍ଦି ଘରକୁ ଯାଉଛନ୍ତି । ତାଙ୍କର ପୁଅ ଝିଅ କେହି ନାହାନ୍ତି । କାହାକୁ ଦୁଃଖ ଜଣେଇବି ସବୁ ସେଇ ଭଗବାନଙ୍କ ଇଛା ସେଇ ହିଁ ବୁଝିବେ । ଏ କଥାରୁ ନିଶ୍ଚିତ ଅନୁମାନ କରି ପାରୁଥିବେ କେମିତି ଚାଲିଛି ଚିଲିକା ତହସିଲ କାର୍ଯ୍ୟାଳୟରେ କାମ । ଅନେକ ଅଭିଯୋଗ ରହିଛି, ଖାଲି ତହସିଲଦାର ନୁହନ୍ତି ଆଡିଶନାଲ ତହସିଲଦାର ମଧ୍ୟ ସମାନ ଢଙ୍ଗର ବ୍ୟବହାର କରୁଛନ୍ତି । ଯାହା ସୂଚନା ରହିଛି ଲୋକଙ୍କୁ ବହୁତ ହଇରାଣ ହରକତ କରୁଛନ୍ତି ଆଡିଶନାଲ ତହସିଲଦାର । ଯେଉଁ କାମ ଅତି କମରେ ସରକାରୀ ନିୟମ ଅନୁସାରେ ଦେଢ଼ ମାସ ଭିତରେ ହବା କଥା କେବଳ ଅର୍ଥ ଲୋଭରେ ସେ କାମକୁ ଦିନ ଗଡେଇ ଚାଲୁଛନ୍ତି ଆଡିଶନାଲ ତହସିଲଦାର । ଯେ ପର୍ଯ୍ୟନ୍ତ ହାତ ଗୁଞ୍ଜା ନ ମିଳୁଛି, ସେ ପର୍ଯ୍ୟନ୍ତ ଲୋକଙ୍କୁ ତହସିଲ ଅଫିସ ଚକ୍କର କାଟିବାକୁ ପଡୁଛି । ଶେଷରେ ବାଧ୍ୟ ହୋଇ ହାତଗୁଂଜା ଦେଇ ନିଜର କାର୍ଯ୍ୟ ହାସଲ କରୁଛନ୍ତି । ଯେଉଁ ବ୍ୟକ୍ତି ସକ୍ଷମ ନୁହନ୍ତି ହାତ ଗୁଂଜା ଦେବା ପାଇଁ ବିଭିନ୍ନ ଆଳ ଦେଖାଇ ତାଙ୍କ କାମକୁ ଡ୍ରପ କରି ଦେଉଛନ୍ତି ଆଡିଶନାଲ ତହସିଲଦାର ମାଡାମ । ଯାହାକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ପ୍ରଶାସନ ଏଥିପ୍ରତି ନିହାତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ନଚେତ ଆଗାମୀ ଦିନରେ ବଡ଼ ଧରଣର ଆନେ୍ଦାଳନ ହୋଇପାରେ ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।