ଚେନ୍ନାଇରେ ମାତୃଭାଷା ଦିବସ ପାଳିତ
ପଟ୍ଟାମୁଣ୍ଡାଇ : ଚେନ୍ନାଇରେ ଥିବା ଓଡିଶାବାସୀଙ୍କ ପକ୍ଷରୁ ମାତୃଭାଷା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରଫେସର ନଳିନୀକାନ୍ତ ମହାନ୍ତି ସଭାପତିତ୍ୱ କରିଥିବାବେଳେ ଚେନ୍ନାଇରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ପୂଜା କରଯାଇଥିଲା । ଚେନ୍ନାଇରେ ଥିବା ଓଡିଶା ସଂଗଠନ ଭାରତ ଭାରତୀର ଆୟୋଜକମାନଙ୍କ ପକ୍ଷରୁ ଓଡିଶାର ମାନ୍ୟଗଣ ବ୍ୟକ୍ତିମାନଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ଶେଷରେ ଓଡିଶାର ଆଇଟି ଇଞ୍ଜିନିୟର ଗାୟତ୍ରୀ ଭୂପତି ଓ ତମସା ରାଉତଙ୍କ ଦ୍ୱାରା ପିଲାମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ଶିବଶଙ୍କର ନାୟକ ଓ ନିଲୁ ପ୍ରଧାନ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।