ଚୋରା କୋଇଲା ଚ।ଲାଣ , ଅନ୍ଧାରରେ ମାଫିଆଙ୍କ ସହ ମୂଲଚାଲ
ତିହିଡ଼ିରୁ ମାନସ ରଞ୍ଜନ ନାୟକ
ଚୋରା କୋଇଲା ·ଚ।ଲାଣ ନେଇ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନାଞ୍ଚଳ ବେଶ ଚର୍ଚ୍ଚାରେ ରହିଆସୁଥିବା ବେଳେ ଦୈନିକ ଟନ୍ ଟନ୍ ଚୋରା କୋଇଲା ବାହାରକୁ ·ଚ।ଲାଣ ହେଉଛି । ସାବରଙ୍ଗ ଥାନା ସହିତ ଯୋଡି ହୋଇଛି ତିହିଡି ଥାନା । ଉଭୟ ଥାନାଞ୍ଚଳରେ ଚୋରା କୋଇଲା ·ଲାଣ ସମାନ୍ତରାଳ ଭାବେ ·ଲିଛି । ଏକଥା ଏହି ଥାନାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ହାଟରେ ପଡି ଦାଣ୍ଡରେ ଗଡୁଛି । ଦିନତମାମ କେଉଁ କର୍ମ·ରୀ କି କାମ କରୁଛି ତାହାର ସଠିକ୍ ହିସାବ ଜଣାନପଡିଲେ ବି ଅନ୍ଧାରେ ହେଲେ ମାଫିଆଙ୍କ ସହିତ ମୁଲ·ଲ, ଯୁକ୍ତିତର୍କ ଏପରିକି ବାକବିତଣ୍ଡା ହେଉଥିବା ପ୍ରସଙ୍ଗ ମଧ୍ୟ ପଦାକୁ ଆସୁଛି । ଅଡିଓ ରେକର୍ଡ ଠାରୁ ଭିଡିଓ ରେକର୍ଡ ମଧ୍ୟ ଭାଇରାଲ ହେବାରେ ଲାଗିଛି । କେଉଁ କର୍ମ·ରୀ କେଉଁ ମାଫିଆ ଠାରୁ କେତେ ଟଙ୍କା ଆଣିଲା ତାହାବି ଆଲୋଚନା ହେଉଛି । କହିବାକୁ ଗଲେ ଏଠାରେ ଚୋରା ବେପାର ନୁହେଁ ବରଂ ପୁଲିସର ଅଘୋଷିତ ସମର୍ଥନ ରହି ଆସୁଥିବା କୁୁହାଯାଉଛି । ବିଗତ ଦିନରେ କେତେକ କର୍ମ·ରୀମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ରୋଷର ଶିକାର ହୋଇ କେତେକ ନିଲମ୍ବିତ ହୋଇଥିଲେ ମଧ୍ୟ ପରିସ୍ଥିତି ସୁଧୁରିବାରେ ନାଁ ଧରୁନି । ମାଫିଆମାନଙ୍କ ସହିତ କର୍ମଚ।ରୀମାନେ ଏଭଳି ଭାବେ ସମ୍ପର୍କ ରଖିଛନ୍ତି ସତେଯେପରି ଭାଇଭାଇର ସମ୍ପର୍କ । ଯଦି କୌଣସି ମାଫିଆ ସେମାନଙ୍କ କଥାରେ ନ·ଲେ ତେବେ ମିଛ ସାକ୍ଷ୍ୟ ସଂଗ୍ରହ କରି ତାଙ୍କ ବିରୋଧରେ ଯାବତୀୟ ମୋକଦ୍ଦମା ରୁଜୁ କରିବାର ରେକର୍ଡ ମଧ୍ୟ ରହିଛି । ଗତ କିଛି ମାସ ତଳେ ସାବରଙ୍ଗ ଓ ତିହିଡି ଥାନାରେ କେତେକ କର୍ମଚ।ରୀମାନଙ୍କ ସହିତ ମାଫିଆଙ୍କ ଅଡିଓ ଭାଇରାଲ ହେବାପରେ ବହୁ ଗୁମର ପଦାକୁ ଆସିଛି । ଅନ୍ୟପଟେ ମାଫିଆଙ୍କ ନେଣଦେଣ ଟଙ୍କାକୁ ଭାଗବଣ୍ଟାକୁ ନେଇ ମଧ୍ୟ କର୍ମ·ରୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବାର ଲୋକେ ଦେଖିଛନ୍ତି । ମୋଟ୍ ଉପରେ କହିବାକୁ ଗଲେ ଏହି ଥାନାଞ୍ଚଳରେ ଚୋରା କୋଇଲା ·ଲାଣ ଖୁଲମଖୁଲାରେ ·ଲିଛି । ରାଢିପୋଖରୀ, ପାଳିଆ, ହାଟୁଆରୀ, ନୂଆନନ୍ଦ, ମାଉସିବାଡି, ହାଟୁଆରୀ ପାଣିଟାଙ୍କି ଓ ହାଟୁଆରୀ କେନାଲ ରୋଡ ଚୋରା କୋଇଲା ବୋଝେଇର ହବ୍ ବୋଲି କୁହାଯାଉଛି । ଦିନବେଳା ସାଇକେଲ ଯୋଗେ ହବ୍କୁ କୋଇଲା ବୁହା ହୋଇଥାଏ ଏବଂ ଅନ୍ଧାର ହେଲେ ସେଠାରୁ ପିକ୍ଅପ୍ ଭେନ୍ ହେଉ ଅଥବା ବଡ ଗାଡିରେ ବାହାରକୁ ·ଲାଣ କରାଯାଏ । ଦୈନିକ ଟ୍ରିପ୍ ଟ୍ରିପ୍ ଚୋରା କୋଇଲା ·ଲାଣ ହେଉଛି । ଏବଂ ବିଗତ ଦିନରେ ଏହି ଚୋରା ·ଲାଣ ବେଳେ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ନହେବା ଲାଗି ପୁଲିସ ସୁରକ୍ଷା ଦେଉଥିବାର ମଧ୍ୟ ଭିଡିଓ ଭାଇରାଲ ହୋଇଛି । ଏପରିକି ଅଭ୍ୟାସଗତ ବେପାର ଏବେବି ଚ।ଲିଛି । ଯାହାଦ୍ୱାରା ସାଧାରଣ ଜନତା ଶାନ୍ତିରେ କାଳାତିପାତ କରି ପାରୁନାହାଁନ୍ତି । ଯଦି କେହି ପୁଲିସକୁ ଅବଗତ କରାଏ ତେବେ ଖବର ମାଫିଆଙ୍କ ନିକଟରେ ପହଞ୍ଚିଥାଏ ଏବଂ ପରେ ମାଫିଆ ଉକ୍ତ ଅଭିଯୋଗକାରୀଙ୍କୁ ନାନାଦି ଧମକ ଚମକ ଏପରିକି ଜୀବନରୁ ମାରି ଦେବାର ଉଦ୍ୟମ କରିଥିବା ରେକର୍ଡ ରହିଛି । ସଦ୍ୟ ଖବର ଅନୁଯାଇ, ଏହି ଥାନାଞ୍ଚଳ ପଲାସାହିରେ ଦୁଇଜଣ ପୁଲିସ କର୍ମ·ରୀଙ୍କୁ ନିସ୍ତୁକ ମାଡ ମରାଯିବା ଏବଂ ଘରେ ପୂରେଇ ରଖିଥିବା ଭିଡିଓ ଭାଇରାଲ ହୋଇଛି । ପୁଲିସ କୌଣସି ଅଭିଯୋଗରେ ରାତିରେ ତଦନ୍ତ କରିବାକୁ ଯାଇଥିବା ବେଳେ ସେମାନେ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ହୋଇଥିବା ପୁଲିସ ରେକର୍ଡଭୁକ୍ତ କରିଛି ଏବଂ ଘଟଣାକୁ ନେଇ ଦୁଇଜଣ ଅଭିଯୁକ୍ତ ଗିରଫ୍ ହୋଇ କୋର୍ଟ ·ଲାଣ ହୋଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ତେବେ ସେମାନେ ଅଟକ ରହିବା କଥା ଆଇଆଇସି ଜାଣିବା ପରେ ଅନ୍ୟ ପୁଲିସ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ ଏବଂ ସକାଳେ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ପୁଲିସ କର୍ମ·ରୀଙ୍କ ମୋବାଇଲ୍ ଉଦ୍ଧାର ମଧ୍ୟ କରିଥିଲେ । ଅନ୍ୟପଟେ ରାତି ପ୍ରାୟ ୮ ଘଟିକା ବେଳେ ଚୋରା କୋଇଲା ·ଲାଣ ପାଇଁ କେତେକ ପୁଲିସ ବଟି ଆଣିବା ପରେ ରାତିରେ ଅନ୍ୟ ଏକ ଗୋଷ୍ଠି ଯାଇ ଚୋରା କୋଇଲା ·ଲାଣ ବନ୍ଦ କରିଥିଲେ ଯାହାକୁ ନେଇ ମାଫିଆଙ୍କ ସମେତ ତାଙ୍କ ପରିବାରର ମହିଳାମାନେ ୨ ପୁଲିସ କର୍ମ·ରୀଙ୍କୁ ମାଡ ମାରି ଘରେ ପୂରେଇ ଦେଇଥିବା କୁହାଯାଉଛି । ଜଣେ ଯୁବକ ଭିଡିଓ ସୁଟିଂ କରିଥିବା ନେଇ ପୁଲିସ ଧମକର ଶିକାର ମଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି । ରକ୍ଷକ ସାଜୁଛି ଭକ୍ଷକ । “ତୁ ଗୁହାରୀ କରିବୁ ଯାହାକୁ ମୁଁ ଗେରସ୍ତ କରିଛି ତାହାକୁ” ନ୍ୟାୟରେ କୋଇଲା ମାଫିଆଙ୍କ ଚେର ଦିନକୁ ଦିନ ବେଶ ଲମ୍ବିବାରେ ଲାଗିଛି । ଯେପର୍ଯ୍ୟନ୍ତ ପୁଲିସ ନ୍ୟାୟବନ୍ତ ନହୋଇଛି ସେପର୍ଯ୍ୟନ୍ତ ଏହି ଚୋରା କୋଇଲା ·ଲାଣ ବନ୍ଦ ହେବା ଅବସ୍ୟମ୍ଭାବୀ ହୋଇ ପଡିଛି ।