ଚୋରା ଗଞ୍ଜେଇ ଚାଲାଣ, ୪ ଗିରଫ 

ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଇଲାକାର ଢଉଗାଁ - ଭଣ୍ଡାରୀବସା ନିକଟରୁ ଗଞ୍ଜାଇ ଚୋରା ଚାଲାଣ ବେଳେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ହାତରେ ଧରାପଡିଲେ ୪ ଜଣ । ସେମାନଙ୍କ ଠାରୁ ୭୦ କେଜି ଓଜନର ଗଂଜେଇ ମଧ୍ୟ ସିଜ୍ କରିଛି ଅବକାରୀ ପୁଲିସ । ଗଞ୍ଜେଇ ଚଲାଣ ହେଉଥିବା ବାଲେନୋ ଗାଡିକୁ ମଧ୍ୟ ଅଟକ ରଖାଯାଇଛି । ଚୋରାରେ ଗଂଜେଇକୁ ସୁଦୂର ଦାରଙ୍ଗିବାଡ଼ିରୁ ପୁରୁଷୋତ୍ତମପୁର ଅଭିମୁଖେ ଆସିକା ନବରନôପୁର ଗ୍ରାମର ଟିଟୁ ପୋଲାଈ, ସୁନୀଲ ସ୍ୱାଇଁ, ସନ୍ତୋଷ ପୋଲାଇ ଏବଂ ପୋଲସରା ଖଣ୍ଡୁରୁ ଗ୍ରାମର ଅଶୋକ ସାହୁକୁ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ ୬ଟି ମୋବାଇଲ ଏବଂ ୭୦ କେଜି ଓଜନର ଗଞ୍ଜାଇ ଜବତ କରାଯାଇଛି । ଗଞ୍ଜାମ ଜିଲ୍ଲା ଅବକାରୀ ଡେପୁଟି କମିଶନର ଡମ୍ବୁରୁ ଧର ଖଣ୍ଡାଙ୍କ ନିଦେ୍ର୍ଦଶରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ପକ୍ଷରୁ ଡେପୁଟି ଏସପି ଶ୍ରୁତିକାନ୍ତ ରାଉତଙ୍କ ନେତୃତ୍ୱରେ ସ୍କ୍ୱାଡ ଅଜିତ ନାୟକ, କପିଳାସ ଭତ୍ରା, ସନ୍ତୋଷ ନାୟକ ପ୍ରମୁଖଙ୍କ ସହ ଅବକାରୀ ବିଭାଗର ବହୁ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିଲେ  । ଆଜି ଅବକାରୀ ବିଭାଗ ଗଂଜେଇ ଚାଲାଣ କେସରେ ଉକ୍ତ ଚାରି ଜଣଙ୍କୁ ଆସିକା କୋର୍ଟରେ ହାଜର କରାଯାଇଛି ।