ଚୋରା ମଦ ଜବତ ୫ କୋର୍ଟ ଚାଲାଣ
କେନ୍ଦ୍ରାପଡା: ଚୋରା ମଦ ବେପାରୀଙ୍କୁ ସାବାଡ କରିବା ପାଇଁ ଅବକାରୀ ବିଭାଗ ଅଣ୍ଟା ଭିଡିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରା ମଦ ବିକ୍ରି ହେଉଥିବାର ଜଣାପଡିବା ପରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିଦେ୍ର୍ଦଶରେ ଅବକାରୀ ଅଧିକ୍ଷକ ବିପ୍ର ମଣ୍ଡଳ ଶନିବାର ହରିଅଙ୍କର ଖଗେଶ୍ୱର ମଲିକ, ଭଗବାନପୁରର କିଶୋର ଚନ୍ଦ୍ର ନାୟକ, ପାଟକୁରାର ଉର୍ମିଳା ସାହୁ, ମହାକାଳପଡା ଅଳାଇଲୋର ଗୋଲଖ ସେଠୀ, ଦେଉଳୀପଡାର ଅନାଥ ମଲିକକୁ ଅବକାରୀ ବିଭାଗ ଗିରଫ କରିବା ସହିତ ଏମାନଙ୍କ ପାଖରୁ ବ୍ୟାପକ ଚୋରା ରନ୍ଧା, ଦେଶୀ, ବିଦେଶୀ ମଦ ଜବତ କରିବା ସହ କୋର୍ଟ ଚାଲାଣ କରିଛନ୍ତି । ଏମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି ।