ଚୋରା ମୂର୍ତ୍ତିି ପଥର ବୋଝେଇ ଟ୍ରାକ୍ଟର ଜବତ

 ବାଲିକୁଦା : ବାଲିଚନ୍ଦ୍ରପୁର ପୁଲିସ ପାଟ୍ରୋଲିଂ ସମୟରେ ଚୋରା ମୂର୍ତି ପଥର ବୋଝେଇ ଟ୍ରାକ୍ଟର ଜବଦ କରିଛି । ସଂପୃକ୍ତ ନମ୍ବର ବିହିନ ଟ୍ରାକ୍ଟର ମୂର୍ତି ପଥର ନେଇଯାଉଥିବା ଦେଖି ପୁଲିସ ଅଟକାଇ ଯାଞ୍ଚ କରିବା ପରେ ଜବଦ କରି ଥାନାକୁ ଆଣିଛି । ଚଣ୍ଡିଆ ପାହାଡ଼ରୁ ନିୟମିତ ଚୋରା ମୂର୍ତି ପଥର ଚାଲାଣ ହେବା ଦ୍ୱାରା ପାହାଡ଼ରେ ବସବାସ କରୁଥିବା ବନ୍ୟ ଜନ୍ତୁ ପାହାଡ଼ ଓ ଜଙ୍ଗଲ ପରିସରରୁ ପଦାକୁ ଆସିବା ଦ୍ୱାରା ସେମାନଙ୍କର ଜୀବନ ହାନି ଘଟୁଛି । ପଥରର ଖନନ ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ମାନେ ଧୁଳି ଧୁସର ଦ୍ୱାରା ବିିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହେବା ସହ ରାସ୍ତା ଗୁଡ଼ିକ ଖାଲଖମାରେ ଭର୍ତି ହେବା ଦ୍ୱାରା ଯାତାୟତରେ ଲୋକମାନେ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି ।