ଚୋରି ମୋବାଇଲ ଫେରି ପାଇଲେ ମାଲିକ

 ନବରଙ୍ଗପୁର  :  ବିଭିନ୍ନ ସମୟରେରେ ଚୋରୀ ଏବଂ ହଜିଯାଇଥିବା ୪୪ ମୋବାଇଲକୁ ଠାବ କରିଛି ପୁଲିସ  । ଯାହାକୁ ନେଇଁ ନବରଙ୍ଗପୁର ପୁଲିସ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ପ୍ରକୃତ ମାଲିକକୁ ମୋବାଇଲ ଫେରାଇଛି  । ନବରଙ୍ଗପୁର ଏସ ପି ଅଫିସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୩୩  ଜଣ ମୋବାଇଲ ମାଲିକ ନିଜ ନିଜ ମୋବାଇଲ ଫେରିପାଇଛନ୍ତି  । ବିଭିନ୍ନ ସମୟରେ ନବରଙ୍ଗପୁର ଜିଲ୍ଲାର ଅନେକ ଥାନାରେ ମୋବାଇଲ ଚୋରି ହୋଇଯାଇଥିବା କିମ୍ବା ହଜିଯାଇଥିବା ନେଇ ଅଭିଯୋଗ ହୋଇଥିଲା  । ତେବେ, ଏନେଇ ନବରଙ୍ଗପୁର ପୋଲିସ ତଦନ୍ତ କରି  ଅଭିଯୋଗ ଆଧାରରେ ୪୪ଟି ମୋବାଇଲ ଉଦ୍ଧାର କରିଥିଲା ଏବଂ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ନବରଙ୍ଗପୁର ଏସ୍ପି ମିହିର କୁମାର  ପଣ୍ଡା  ମୋବାଇଲର ପ୍ରକୃତ ମାଲିକଙ୍କୁ ଫେରାଇଛନ୍ତି  । ମୋବାଇଲ ଆଜିର ଦୈନନ୍ଦିନ ଜୀବନ ରେ ଏକ ଅପରିହାର୍ଯ୍ୟ ବସ୍ତୁ ପାଲଟି ଯାଇଥିବା ବେଳେ ସେମାନଙ୍କ ମୋବାଇଲ ଫେରି ପାଇ ଖୁସି ବ୍ୟକ୍ତ କରିଛନ୍ତି ସମସ୍ତ ମୋବାଇଲ ମାଲିକ  । ଏଥିସହ ପୁଲିସର ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି  ।