୧୯୮୮ ବ୍ୟାଚର ବନ୍ଧୁମିଳନ
ବାଙ୍କୀ: ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ତୁଳସୀପୁର ନିକଟସ୍ଥ ନରଗାଙ୍ଗ ବିଟ୍ ହାଉସ୍ ଠାରେ ତୁଳସୀପୁର ହାଇସ୍କୁଲର ୧୯୮୮ ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗଣେଶ ନିଃଶଙ୍କଙ୍କ ଏକ ଶୋକ ପାଠ କରାଯିବା ସହିତ ଉପସ୍ଥିତ ସହପାଠୀମାନଙ୍କ ଉଦେ୍ଦଶ୍ୟରେ ଆଧ୍ୟାତ୍ମିକ କଥା ବାଚନ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମନୋଜ କୁମାର ସାହୁ ସ୍ୱାଗତ ଭାଷଣ ଦେଇ ସଭାପତିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଦିନବନ୍ଧୁ ସ୍ୱାଇଁ , ବ୍ରହ୍ମାନନ୍ଦ ସାହୁ, ପ୍ରଶାନ୍ତ ବେହେରା, ପ୍ରଶାନ୍ତ ମତଗଜ ସିଂହ, ସୁବାସ ପୃଷ୍ଟି, ପ୍ରମୋଦ ଷଡଙ୍ଗୀ, ଗଣେଶ ବାରିକ, ସତ୍ୟଭାମା ସାହୁ, ସ୍ନେହଲତା ଦାସ ପ୍ରମୁଖ ଶତାଧିକ ସହପାଠୀମାନେ ଯୋଗ ଦେଇ ନିଜ ନିଜର ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ପ୍ରଶାନ୍ତ ମତଗଜ ସିଂଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଥିବାରୁ ସହପାଠୀ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା