ଛାତ୍ରଙ୍କ ଗୋଡ଼ରେ ବେଡି ପକାଇବା ଘଟଣା : ଉପ ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ ଆରମ୍ଭ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ୍ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁଜିୟୁପି ବିଦ୍ୟାଳୟରେ ୪୦ ସିଟ ଥାଇ ଏକ ହଷ୍ଟେଲରେ ଆଖପାଖ ଅଞ୍ଚଳର ପିଲା ପାଠପଢିଥାନ୍ତି । ଉକ୍ତ ହଷ୍ଟେଲରେ ନିକଟବର୍ତ୍ତୀ କମାରଖାଲିଆ ଗ୍ରାମର ମଳୟ ସିଂ ନାମକ ଚତୁର୍ଥଶ୍ରେଣୀର ଛାତ୍ର ଏକ ଲୁହା ଜଞ୍ଜିରରେ ବନ୍ଧାହୋଇଥିବାର ଗତ ବୁଧବାର ଦିନ ଭିଡିଓ ଭାଇରଲ ହେବାପରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହାର ତତନ୍ତ ପାଇଁ ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲାମଙ୍ଗଳ ଅଧିକାରୀ ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତକରି ଏଭଳି ନିନ୍ଦନୀୟ, ଜଘନ୍ୟ କାଣ୍ଡପାଇଁ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏନେଇ ଗୁରୁବାର ଉପ-ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ ଆରମ୍ବ ହୋଇଛି । ନୀଳଗିରି ଉପ ଜିଲ୍ଲାପାଳ ଡଃ. ମଧୁସ୍ମିତା ସାମନ୍ତ ରାଏ, ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ ନାୟକ, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରି ତଲୁଆର ଜେନା, ନୀଳଗିରି ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୈଳେନ୍ଦ୍ର ଶତପଥୀ, ଏ.ବି.ଇ.ଓ ଲମ୍ବଧର ସିଂ ବିଦ୍ୟାଳୟରେ ପହଞ୍ଚି ଛାତ୍ରର ବାପା କାଳିଆ ସିଂ, ପ୍ରଧାନ ଶିକ୍ଷକ ରଘୁନାଥ ବୁଗୁଡାଇ, ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଯତୀନ କୁମାର ପରିଡା ଙ୍କ ଉପସ୍ତିତିରେ ତଦନ୍ତ କରିବା ସହ ବେଡି ପକା ଘଟଣାକୁ ଘୋର ନିନ୍ଦା କରିବାପରେ ଏହି ଘଟଣା ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।