ପ୍ରଶ୍ନପତ୍ର ଲିକ୍‌  ପରେ ଏଏନଏମ ପରୀକ୍ଷା ସ୍ଥଗିତ 

 ପ୍ରଶ୍ନପତ୍ର ଲିକ୍‌  ପରେ ଏଏନଏମ ପରୀକ୍ଷା ସ୍ଥଗିତ 

ଭୁବନେଶ୍ୱର : ପରୀକ୍ଷା ପୂର୍ବରୁ ଆଜି ପୁଣି ପ୍ରଶ୍ନପତ୍ର ଲିକ୍‌ । ମାଲକାନଗିରି ଓ ବଲାଙ୍ଗିରରେ ପ୍ରଶ୍ନପତ୍ର ଲିକ୍‌ ହୋଇଛି । ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍‌ ହେବା ପରେ ବାତିଲ୍‌ ହେଲା ଆଜିର ପରୀକ୍ଷା  । ଆଜି ମିଡ୍‌ ୱାଇଫେରି ବିଷୟରେ ହୋଇଥାନ୍ତା ପରୀକ୍ଷା । ପରୀକ୍ଷାର ୩ ଘଣ୍ଟା ପୂର୍ବରୁ ଏଏନଏମ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଅଭିଯୋଗ ହୋଇଛି । ଦିନ ୨ ଟାରେ ପରୀକ୍ଷା ଥିବା ବେଳେ ୧୧ ଟା ବେଳେ ପ୍ରଶ୍ନପତ୍ର ଲିକ୍‌ ହୋଇଛି । ପରୀକ୍ଷା ହଲରେ ପରୀକ୍ଷାର୍ଥୀ ପହଞ୍ଚିବା ପରେ ଉପଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି ।