ଜଗନ୍ନାଥ ଚେତନା ଅଧିବେଶନ

 ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ହାଣ୍ଡିଭଙ୍ଗା ଠାରେ ଆର୍ନ୍ତଜାତୀୟ ଚାରଣ ଗୋଷ୍ଠୀ ପୁରୀ ପକ୍ଷରୁ ୪୮ତମ ପ୍ରାଦେଶିକ ଚାରଣ ସମ୍ମିଳନୀ ତଥା ଜଗନ୍ନାଥ ଚେତନା ଅଧିବେଶନ ୩ ଦିନଧରି ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୪ ଘଟିକାରୁ ସୁଦକ୍ଷ ପଣ୍ଡିତମାନଙ୍କ ଦ୍ୱାରା କଳସଯାତ୍ରା ଓ ନଗରକୀର୍ତ୍ତନ ଓ ସ୍ଥାନୀୟ ଚାରଣଙ୍କ ଦ୍ୱାରା ଚାରଣ ସ୍ୱାଗତ ସନ୍ଧ୍ୟା ଆଳତୀ, ଗୀତଗୋବିନ୍ଦ ଓ ଭାଗବପାଠ, ଭାଗବତ ଧର୍ମସଭା କାର୍ଯ୍ୟକ୍ରମ କରାଯାଇଥିଲା । ଦଳପତି ଅଧ୍ୟାପକ ଡ. ଗୋପାଳଚନ୍ଦ୍ର ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନାରେ ସାଧାରଣ ଆର୍ନ୍ତଜାତୀୟ ଚାରଣ ଗୋଷ୍ଠୀ ପୁରୀ ହରିଶ୍ଚନ୍ଦ୍ର ସାହୁ, ସଂପାଦକ ଗୋବିନ୍ଦ ଚନ୍ଦ୍ର ବେହେରା ଯୋଗ ଦେଇ ପ୍ରତ୍ୟେହ ଜଗନ୍ନାଥଙ୍କ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର ପୂଜାପଣ୍ଡା, ଦଇତାପତି ଲୋକନାଥ ଦାସ ମହାପାତ୍ର, ଦଇତାପତି ଗଣେଶ୍ୱର ଦାସ ମହାପାତ୍ର, ପାର୍ଥସାରଥି ମହାନ୍ତି ଦୂରଦର୍ଶନ ଓ ଚାରଣ ପ୍ରବଚକ ପ୍ରମୁଖ ଯୋଗ ଦେଇ ଆଜିର କଳୁଷିତ ମାନବ ସମାଜ ଜଗନ୍ନାଥ ତତ୍ତ୍ୱରେ ଅନୁପ୍ରାଣିତ ନ ହେଲେ ଧ୍ୱଂସାଭୀମୁଖୀ ଆଡକୁ ଗତି କରିବେ ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଚାରଣମାନଙ୍କ ଦ୍ୱାରା ପରିଚାଳନା କରାଯିବା ସହ ପ୍ରତ୍ୟେହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।