ନୃତ୍ୟଗୁରୁ ଶଙ୍କର ବାଇଙ୍କୁ ସମ୍ବର୍ଦ୍ଧନା
ତାଳଚେର : ସାରା ରାଜ୍ୟରେ ପ୍ରତିଷ୍ଠା ଲାଭ କରିଥିବା ତାଳଚେରର ସ୍ୱୟଂଶ୍ରୀ ନୃତ୍ୟ ଅନୁଷ୍ଠାନର ଓଡିଶୀ ନୃତ୍ୟଗୁରୁ ଶଙ୍କର ବାଇ ଭୁବନେଶ୍ୱରର ସ୍ଥିତ ଲିଙ୍ଗରାଜ ମନ୍ଦିର ପରିସରରେ ହୋଇଥିବା ମହୋତ୍ସବରେ ତାଙ୍କର ନୃତ୍ୟ ଶିଳ୍ପୀମାନେ ବିଭିନ୍ନ ପ୍ରକାର ନୃତ୍ୟ ଯଥା ସମ୍ବଲପୁରୀ, ବିହୁ ଏବଂ ମରାଠୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟ ପାଇଁ ଓଡିଶୀ ନୃତ୍ୟଗୁରୁ ଶଙ୍କର ବାଇଙ୍କୁ ସାମ୍ମାନିତ କରିବା ସହ ତାଙ୍କର ସମସ୍ତ ନୃତ୍ୟ ଶିଳ୍ପୀମାନଙ୍କୁ ମଧ୍ୟ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।