ଜଙ୍ଗଲ ଜମିରେ ପ୍ରକଳ୍ପକୁ ଏନଜିଟି ଛାଟ ପ୍ରସଙ୍ଗ : ସତ ମାନିବାକୁ ନାରାଜ ସୁକିନ୍ଦା ବିଜେପି

 ଯାଜପୁର : ବିକାଶରେ ବାଟ ଓଗାଳୁଛି ବିଜେଡ଼ି । ବିଜେଡ଼ି ସରକାର ଅମଳରେ ଜଙ୍ଗଲ ଜମିରେ ହେଉଥିବା ପ୍ରକଳ୍ପକୁ ଆମେ କି ବିରୋଧି ବିରୋଧ କରିନଥିଲେ । କିନ୍ତୁ ସରକାର ପରିବର୍ତ୍ତନ ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ବାଟ ଓଗାଳୁଛି ସୁକିନ୍ଦା ବିଜେଡ଼ି । ଏଭଳି ଅଭିଯୋଗ ସୁକିନ୍ଦା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କରାଯାଇଛି । ଜଙ୍ଗଲ ଜମିରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଉପରେ ଏନଜିଟି ଛାଟ ଲଗାଇବା ପରେ ବିଜେପି ସ’ତକୁ ମାନିବା ବଦଳରେ ବିଜେଡ଼ି ଉପରେ ଦୋଷ ଲଦିଛି । ଖବର ଥାଉକ ଚଳିତ ମାସ ୭ ତାରିଖରେ ଆଡଭୋକେଟ ଜେନେରାଲ ଓଡିଶାଙ୍କ ପକ୍ଷରୁ ଯାଜପୁର ଜିଲାପାଳ,ସୁକିନ୍ଦା, ଦାନଗଦୀ ତହସିଲଦାର ଓ ବିଡିଓଙ୍କ ସହିତ କଟକ ବନଖଣ୍ଡ ଅଧିକାରୀଙ୍କୁ ୨୯୯୪୯ ନମ୍ବରଏକ ପତ୍ର ମାଧ୍ୟମରେ କୋଲକତା ପୂର୍ବାଞ୍ଚଳ ଜୋନ ଏନ୍ଜିଟି ପକ୍ଷରୁ ବିଭିନ୍ନ ସ୍କୁଲରେ ହୋଇଥିବା ଓ ହେବାକୁ ଥିବା ଉନ୍ନତି ମୂଳକ କାର୍ଯ୍ୟରେ ରୋକ୍ ଲଗାଇଛନ୍ତି । ଅଭିଯୋଗ ଥିଲା ସଂପୃକ୍ତ କାର୍ଯ୍ୟ ଗୁଡିକ ଜଙ୍ଗଲ କିସମ ଜମିରେ କରାଯାଇଛି । ଏନ୍ଜିଟିଙ୍କ ପତ୍ର ଅନୁଯାଇ ସୁକିନ୍ଦା ଓ ଦାନଗଦୀ ବ୍ଲକର ବିଭିନ୍ନ ସ୍କୁଲରେ ୧୪୦ଟି ଅତିରିକ୍ତ ଶ୍ରେଣୀ ଗୃହ, ନୂତନ ଶ୍ରେଣୀ ଗୃହ,ଶୈାଚାଳୟ, ୭୩ଟି ଲାଇବ୍ରେରୀ କକ୍ଷ ନିର୍ମାଣ କରାଯାଉଛି । ପ୍ରକଳ୍ପ ନିର୍ମାଣ କରିବାକୁ ଯାଜପୁର ଜିଲ୍ଲା ଖଣିଜ ପାଣ୍ଠିରୁ ଅନୁଦାନ ପ୍ରଦାନ କରାଯାଇଛି । ସୁକିନ୍ଦା ବ୍ଲକକୁ୧୩କୋଟି ଓ ଦାନଗଦୀ ବ୍ଲକକୁ ୧୪କୋଟି ମୋଟ ୨୭କୋଟି ଟଙ୍କାରେ ବିଭିନ୍ନ ବିଦ୍ୟାଳୟରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉଥିଲା । ଯେହେତୁ ଏହି ସ୍କୁଲର ଅଧିକାଂଶ  ଜମି ଜଙ୍ଗଲ କିସମ ଅର୍ନ୍ତଭୁକ୍ତ ତେଣୁ ଏନ୍ଜିଟି ଏହା ଉପରେ ରୋଜ ଲଗାଇଛନ୍ତି । ସୁକିନ୍ଦା ଓ ବ୍ଳକର ୪୮ଟି ପଞ୍ଚାୟତରେ ୪୦ଟି ପଞ୍ଚାୟତର ଅଧଧିକାଂଶ ଜମି ଫରେଷ୍ଟ ବ୍ଲକ ଏବଂ ଜଂଗଲ ଜମି ଉପରେ ଅବସ୍ଥିତ । ବ୍ଲକ ଦୁଇଟିର କିଛି ବିଦ୍ୟାଳୟ ଦେଶ ସ୍ୱାଧୀନତା ପୂର୍ବରୁ ହୋଇଥିଲା । ହେଲେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟକୁ ଏନ୍ଜିଟିରେ ମିଥ୍ୟା ତଥ୍ୟ ଉପସ୍ଥାପନ କରି ମକଦ୍ଦମା ଲଗାଇବାରେ ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଂଜନ ଘଡାଇ ସଫଳ ହୋଇଛନ୍ତି ବୋଲି ବିଜେପି ପକ୍ଷରୁ କରାଯାଇଛି ଅଭିଯୋଗ । ସାମ୍ବାଦିକ ସମ୍ମିଳନୀରେ ବିଜେପିର ଶେଖର ମହାନ୍ତି, ସାଂସଦ ପ୍ରତିନିଧ ପ୍ରଶାନ୍ତ ରାୟ, ସୁଧାଂଶୁ ଭଂଜ ଏନଜିଟି ମାମଲାରେ ବିଜେଡ଼ିକୁ ଦୋଷାରୋପକରି ବ୍ଲକର ବିଭିନ୍ନ ସରକାରୀ ବିଭାଗରେ ଜଙ୍ଗଲ ଜମି କିସମ ପରିବର୍ତ୍ତନ ନକରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରାଯାଇଥିବାର ନଜିର ରହିଛି । ସେତେବେଳେ ବିରୋଧ ଦଳ ତରଫରୁ ଏହାକୁ କେବେ ବିରୋଧ କରାଯାଇ ନଥିଲା କି ଏପରି ହୀନ ରାଜନୀତି କରିବାକୁ ଜେହି ଉଚିତ ମଣି ନଥିଲେ । ମାତ୍ର ସୁକିନ୍ଦାରେ ଦୀର୍ଘ ୩୫ ବର୍ଷ ଧରି ଶାସନ ଗାଦି ମାଡି ବସିଥିବା ଘଡାଇ ପରିବାର  ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବା ପରେ ସରକାରୀ ଶିକ୍ଷା ଅନୁଷ୍ଠାନ ଭଳି ସ୍ଥାନରେ ବିକାଶ ମୂଳକ କାର୍ଯ୍ୟକୁ ଅଟକାଇବାକୁ ଅପଚେଷ୍ଟା କରିଛନ୍ତି । ଯାହାକୁ ସାଧାରଣ ଲୋକେ ନା ପସନ୍ଦ କରିଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା ।