ଜନନେତା ଶିବୁ ସୋରେନ

ଜନନେତା ଶିବୁ ସୋରେନ


 ଡ.ଅମୂଲ୍ୟ କୁମାର ପଣ୍ଡା
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ତଥା ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଚଳିତ ମାସ ୫ ଅଗଷ୍ଟ ୨୦୨୫ ସୋମବାର ସକାଳେ ଦେହାନ୍ତ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।  ଶିବୁ ସୋରେନ ଜଣେ ତୃଣମୂଳ ସ୍ତରର ନେତା ଥିଲେ ଯିଏ ଲୋକଙ୍କ ପ୍ରତି ଅଟଳ ସମର୍ପଣ ସହିତ ଜୀବନର ବିଭିନ୍ନ ପଦପଦବୀ ଦେଇ ଆଗକୁ ବଢ଼ିଥିଲେ । ସେ ଆଦିବାସୀ ସମ୍ପ୍ରଦାୟ, ଗରିବ ଏବଂ ଦଳିତମାନଙ୍କୁ ସଶକ୍ତ କରିବା ପାଇଁ ବିଶେଷ ଭାବରେ ଉସôାହୀ ଥିଲେ । ଏକ ସାଧାରଣ ଶିକ୍ଷକ ପରିବାରରେ ଜନ୍ମ ନେଇଥିବା ଶିବୁ ସୋରେନ ପିତାଙ୍କ ହତ୍ୟା ପରେ ରାଜନୀତିରେ ପ୍ରବେଶ କରିଥିଲେ । ଏହାପରେ ସେ ଝାଡ଼ଖଣ୍ଡ ରାଜ୍ୟ ଗଠନ ପାଇଁ ୪୦ ବର୍ଷରୁ ଅଧିକ ସମୟ ସଂଘର୍ଷ କରିଥିଲେ । ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ରାଜନୀତିକରେ ସକ୍ରିୟ ଥିବା ଶିବୁ ସୋରେନ ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । 
ସେ ଦୁଇ ଥର ରାଜ୍ୟସଭାକୁ ଯାଇଛନ୍ତି । ରାଜ୍ୟସଭାରେ ଏବେ ବି ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଶେଷ ହୋଇ ନଥିଲା । ସାନ୍ତାଳ ସଂପ୍ରଦାୟରୁ ଆସିଥିବା ଶିବୁ ସୋରେନ ସବୁ ବେଳେ ପଛୁଆ ବର୍ଗ ଓ ଅନ୍ୟ ଜନଜାତିଙ୍କ ପାଇଁ ଲଢ଼େଇ କରୁଥିଲେ । ଏଥିପାଇଁ ତକôାଳୀନ ବିହାରର ଅଂଶ ବିଶେଷ ଥିବା ରାମଗଡରେ ଜନ୍ମ ହୋଇଥିବା ଶିବୁ ସୋରେନଙ୍କୁ ସମସ୍ତେ ଗୁରୁଜୀ ବା ଦିଶୋମ ଗୁରୁ ବୋଲି କହୁଥିଲେ । ୨୦୦୦ ମସିହାରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ପରେ ଶିବୁ ସୋରେନ ତିନିଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ବର୍ତ୍ତମାନ ତାଙ୍କ ପୁତ୍ର ହେମନ୍ତ ସୋରେନ ରାଜ୍ୟର ଶାସନ ଭାର ସମ୍ଭାଳୁଛନ୍ତି । ପିତାଙ୍କ ହତ୍ୟା ପରେ ଶିବୁ ସୋରେନଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା  । 
୧୯୫୭ରେ ସୋବରନ ମାଞ୍ଝୀ ତାଙ୍କ ଜଣେ ସହଯୋଗୀଙ୍କ ସହ ହଷ୍ଟେଲରେ ରହୁଥିବା ତାଙ୍କ ଦୁଇ ପୁତ୍ରଙ୍କ ପାଇଁ ଚାଉଳ ଓ ଅନ୍ୟ ସାମଗ୍ରୀ ପହଞ୍ଚାଇବାକୁ ଯାଉଥିଲା ବେଳେ ବାଟରେ ତାଙ୍କୁ ହତ୍ୟା କରାଗଲା । ଏହି ଘଟଣା ଶିବୁ ସୋରେନଙ୍କ ଜୀବନକୁ ବଦଳାଇ ଦେଇଥିଲା । ପାଠପଢ଼ାରୁ ତାଙ୍କ ମନ ଛାଡି ଯାଇଥିଲା  । ଏହାପରେ ସେ ହଜାରିବାଗରେ ରହୁଥିବା ଫରୱାର୍ଡ ବ୍ଲକ ନେତା ଲାଲ କେଦାର ନାଥ ସିହ୍ନାଙ୍କ ସମ୍ପର୍କରେ ଆସିଥିଲେ । କିଛି ଦିନ ଛୋଟମୋଟ ଠିକାଦାରୀ କାମ କଲେ ଏବଂ ଏକ ରେଳ ଲାଇନ ନିର୍ମାଣ ସମୟରେ କୁଲି କାମ ମଧ୍ୟ କରିଥିଲେ । କିନ୍ତୁ ଏହି କାମ ସେ ଛାଡ଼ି ଦେଇଥିଲେ ।ଶିବୁ ସୋରେନ ପ୍ରଥମେ ବଡ଼ଦଙ୍ଗା ପଞ୍ଚାୟତରୁ ମୁଖିଆ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ହାରିଥିଲେ । ପରେ ଜରୀଡିହ ବିଧାନସଭା ଆସନରୁ ମଧ୍ୟ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ସଫଳତା ମିଳିନଥିଲା ।  ଶିବୁ ସୋରେନ ଆଦିବାସୀ ସମାଜକୁ ଏକଜୁଟ କରି ମହାଜନଙ୍କ ବିରୋଧରେ ଆନେ୍ଦାଳନ ଆରମ୍ଭ କରିଥିଲେ । ସେ ଧନକଟନୀ ଆନେ୍ଦାଳନ ଆରମ୍ଭ କରିଥିଲେ, ଯେଉଁଥିରେ ସେ ଓ ତାଙ୍କ ସାଙ୍ଗମାନେ ମହାଜନଙ୍କ ଧାନକୁ ଜୋର ଜବରଦସ୍ତ କାଟି ନେଉଥିଲେ । ସେତେବେଳେ ଯେଉଁ କ୍ଷେତରେ ଧାନ କଟାଯାଉଥିଲା, ତାହାର ଚାରିପଟେ ଆଦିବାସୀ ଯୁବକମାନେ ଧନୁ-ତୀର ଧରି ଛିଡ଼ା ହେଉଥିଲେ । ଧୀରେ ଧୀରେ ଶିବୁ ସୋରେନଙ୍କ ପ୍ରଭାବ ବଢ଼ିବାକୁ ଲାଗିଲା । ଆଦିବାସୀ ସମାଜରେ ଏହି ନୂଆ ଯୁବକଙ୍କୁ ନୂଆ ନେତା ଭାବେ ଲୋକ ଦେଖିଲେ  । ଏହି ଆନେ୍ଦାଳନ ସମୟରେ ଶିବୁ ସୋରେନଙ୍କୁ ‘ଦିଶୋମ ଗୁରୁ’ ଉପାଧି ମିଳିଥିଲା  । ଏହାର ଅର୍ଥ ସାନ୍ତାଳୀ ଭାଷାରେ ‘ଦେଶର ଗୁରୁ’ ।୧୯୮୦ରେ ସେ ଦୁମକା ଲୋକସଭା ଆସନରୁ ଧନୁ-ତୀର ନିର୍ବାଚନ ଚିହ୍ନ ନେଇ ନିର୍ବାଚନ ଲଢ଼ିଥିଲେ । ବିହାରଠାରୁ ଅଲଗା ହୋଇ ଝାଡ଼ଖଣ୍ଡ ରାଜ୍ୟ ଗଠନ ପାଇଁ ସେ ‘ଦିଶୋମ ଦାଡ଼ୀ ଚନ୍ଦା’ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନରେ ପ୍ରତ୍ୟେକ ଗାଁର ପରିବାରଙ୍କଠାରୁ ୨୫୦ ଗ୍ରାମ ଚାଉଳ ଓ ୩ ଟଙ୍କା ଦାନ ଆକାରରେ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା ।କିନ୍ତୁ ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ନ ଦେଇ ପାଇବାରୁ ତାଙ୍କୁ ୯ ଦିନ ମଧ୍ୟରେ ଇସ୍ତଫା ଦେବାକୁ ପଡିଥିଲା । ଏହାପରେ ସେ ଆଉ ଦୁଇ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ମାତ୍ର କିଛି ମାସ ମଧ୍ୟରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । କେନ୍ଦ୍ର କ୍ୟାବିନେଟେ ମଧ୍ୟ ତାଙ୍କ ଯାତ୍ରା ସେଭଳି କିଛି ଥିଲା । ଶ୍ରୀ ସୋରେନ ୨୦୦୪ରେ ମନମୋହନ ସିଂହ ସରକାରରେ ସାମିଲ ହୋଇଥିଲେ । ତାଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା । କିନ୍ତୁ ୧୯୭୪ ମସିହା ଚିରୁଦି ମାମଲାରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯିବାରୁ ସେ ଇସ୍ତଫା ଦେଇଥିଲେ । ହେତୁ ପାଇବା ଦିନରୁ ଆଦିବାସୀଙ୍କ ଉପରେ ହେଉଥିବା ଶୋଷଣ ବିରୋଧରେ ସଂଘର୍ଷ ଆରମ୍ଭ କରିଥିଲେ ଶିବୁ ସୋରେନ୍  । ୭୦ ଦଶକରେ ଧନକଟନି ଆନେ୍ଦାଳନ ଓ ଅନ୍ୟ ଆଦିବାସୀ ଆନେ୍ଦାଳନ ଜରିଆରେ ଜନଜାତିଙ୍କ ପାଇଁ ଲଢ଼େଇ ଆରମ୍ଭ କରିଥିଲେ  । ସେ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କର ଆଦିବାସୀ ସମ୍ପ୍ରଦାୟ ପ୍ରତି କର୍ତ୍ତବ୍ୟ ଓ କାର୍ଯ୍ୟ ଚିର ଦିନ ପାଇଁ ତାଙ୍କୁ ଅମର କରି ରଖିବ ଏଥିରେ ତିଳେମାତ୍ର ସନେ୍ଦହ ନାହିଁ ।
ମୋ: ୮୨୪୯୫୦