ଜନଶୁଣାଣି ପାଲଟିଛି ପ୍ରହସନ: ଜିଲ୍ଲାପାଳଙ୍କ ନିଦେ୍ର୍ଦଶ ପରେ ହେଉନି କାର୍ଯ୍ୟାନୁଷ୍ଠାନ
ନୀଳଗିରି: ସାଧାରଣଜନତାଙ୍କୁ ତୁରନ୍ତ ନ୍ୟାୟ ପାଇଁ ଜନଶୁଣାଣି ମାଧ୍ୟମରେ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ନ୍ୟାୟରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ପରିସରରେ ଅନୁଷ୍ଠିତ ଶିବିରରେ ଜଣେ ସୂଚନାକର୍ମୀଙ୍କ ଅଭିଯୋଗ ପରେ ଜିଲ୍ଲାପାଳଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ତେବେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଏହି ଜନଶୁଣାଣି ଏକ ପ୍ରହସନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଗରିବ ଲୋକଙ୍କ ଠାରୁ ଆରମ୍ଭକରି ମଧ୍ୟବିତ୍ତ ଓ ଧନୀକଶ୍ରେଣୀର ଲୋକମାନଙ୍କର ସମସ୍ୟା ରହିଥିବା ବେଳେ ଜନଶୁଣାଣି ମାଧ୍ୟମରେ ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଲୋକଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚି ପାରୁନଥିବାର ଅଭିଯୋଗ ହେଉଛି । ସୂଚନାରୁ ପ୍ରକାଶ ନୀଳଗିରି ବ୍ଲକ୍ ନରଣପୁର ପଞ୍ଚାୟତ ଟୋକିପଦା ଗ୍ରାମର ଚିତ୍ତରଞ୍ଜନ ସାହୁଙ୍କ ଝିଅକୁ ତିନିବର୍ଷ ତଳେ ବିବାହ କରାଇଥିବା ବେଳେ ତାଙ୍କ ନାମରେ ଥିବା ରାସନ ସାମଗ୍ରୀକୁ ନରଣପୁର ଗ୍ରାମର ମା ଗାୟତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀର ଡିଲର ମିନତୀ ସାହୁ ହଡ଼ପ କରି ଚାଲିଥିଲେ । ଝିଅ ରାସନ ସାମଗ୍ରୀ ବାବଦରେ ଚିତ୍ତରଞ୍ଜନ ପଚାରିଥିଲେ ମଧ୍ୟ ତାଙ୍କ ନାମ ରାସନକାର୍ଡରୁ କଟିଯାଇଥିବା ଡିଲର ଜଣକ ଦର୍ଶାଇଥିଲେ । ମାତ୍ର ସରକାରଙ୍କ କେୱାଇସି ଯୋଜନାରେ ନାମ ଯାଞ୍ଚ ସମୟରେ ଚିତ୍ତଙ୍କ ଝିଅ ନାମରେ ରାସନ ସାମଗ୍ରୀ ଉଠିଥିବା ଜଣାପଡିଥିଲା ।
ଏନେଇ ଚିତ୍ତରଞ୍ଜନ ସମ୍ପୃକ୍ତ ଡିଲରଙ୍କୁ ପଚାରିବା ପରେ ଡିଲର ଜଣକ ଓଲଟା ଧମକ ଦେବାସହ ଆକ୍ରମଣ କରିବାକୁ ପଛାଇ ନ ଥିଲେ । ଏନେଇ ଚିତ୍ତରଞ୍ଜନ ଉଚ୍ଚÿ ଅଧିକାରୀଙ୍କୁ ଅଭିଯୋଗ କରିବା ଏବଂ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଚାପରେ ବଶବର୍ତ୍ତି ହୋଇ ଯୋଗାଣଅଧିକାରିଣୀ ରାଜଲକ୍ଷ୍ମୀ ପଣ୍ଡା ହିତାଧିକାରୀ ଚିତ୍ତରଞ୍ଜନଙ୍କୁ ତିନିବର୍ଷର ୧କ୍ୱି ୮୫କିଗ୍ରା ଚାଉଳ ଫେରସ୍ତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଫଳରେ ଡିଲର ମିନତୀ ସାହୁ ସମସ୍ତ ଚାଉଳ ଫେରସ୍ତ କରିବାକୁ ବାଧ୍ୟ ହୋଇଥିଲେ । ଚାଉଳ ହଡପ କରିବା ଘଟଣାକୁ ନେଇ ନରଣପୁର ଗ୍ରାମର ଅମିୟ କୁମାର ପ୍ରଧାନ ସୂଚନା ତଥ୍ୟ ମାଗିବା ପରେ ଯୋଗାଣ ଅଧିକାରିଣୀ ସୂଚନାତଥ୍ୟକୁ ଲୁଚାଇବାକୁ ଯାଇ ମାଗିଥିବା ତଥ୍ୟ ନଦେଇ ଅନ୍ୟତଥ୍ୟ ଦେଉଥିବା ଏବଂ ହଡ଼ପ ଚାଉଳ ଫେରସ୍ତ ପରେ ଯୋଗାଣଅଧିକାରିଣୀ ସମ୍ପୁକ୍ତ ଡିଲରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନନେବା ସମସ୍ତଙ୍କୁ ଚକିତ କରିଛି । ସଂପୃକ୍ତ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣପାଇଁ ୧୦ଦିନରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଫଳରେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଏକ ପ୍ରହସନ ବୋଲି ସାଧାରଣରେ ଆଲୋଚନା ହେଉଛି ।