ଜନ ପ୍ରତିନିଧିଙ୍କ ପରଲୋକ

 ସୁକିନ୍ଦା : ସୋମବାର ସୁକିନ୍ଦାଗଡ଼ ବେହୁରା ସାହିର ତଥା ୱାର୍ଡସଭ୍ୟ ସଦାଶିବ ବେହୁରାଙ୍କ ପରଲୋକ ଘଟିଛି । ସେ ଜଣେ ପରଉପକାରୀ , ଆଧ୍ୟାତ୍ମିକବାଦି ମଣିଷ ଥିଲେ । ସୁକିନ୍ଦାଗଡ଼ ଅଷ୍ଟପ୍ରହରୀ ପରିଚାଳନାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତାଙ୍କ ପରଲୋକ ଖବରପାଇ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ପୂର୍ବତନ ଜିଲ୍ଲା ପରିଷଦ ରମଣୀ ରଞ୍ଜନଙ୍କ ସହିତ ବହୁ ବ୍ୟକ୍ତି ତାଙ୍କ ସୁକିନ୍ଦା ସ୍ଥିତ ବାସଭବନରେ ପହଁଚି ତାଙ୍କ ଶେଷ ଦର୍ଶନ କରିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କ ଦୁଇ ପୁଅ, ବୋହୁ, ସ୍ତ୍ରୀ, ନାତି ନାତୁଣୀ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।