ଜାତୀୟ ରାଜପଥ ଶୀଘ୍ର ନିର୍ମାଣ ନେଇ ଜିଲ୍ଲା ପରିଷଦଙ୍କ ଦାବି

 ଆସିକା : ଆସିକା ନିକଟସ୍ଥ କାଳଷଣ୍ଢପୁର-ସୋରଡ଼ା ରାସ୍ତା, ଖଣ୍ଡରାବଳି-ନିମିନା ରାସ୍ତା, ବିଜୁ ପଟ୍ଟନାୟକ ଛକ-କାଳଷଣ୍ଢପୁର ରାସ୍ତା ସମେତ ଅନେକ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲା ପରିଷଦ ଜୋନ୍ ୩ନଂ ସଦସ୍ୟ ମନୋଜ ଦୋରା । ସେ ତାଙ୍କ ଜୋନ୍ ଅଧୀନରେ ଥିବା ପଂଚାୟତର ମୌଳିକ ସୁବିଧା ଉପରେ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦିନେ ନୁହେଁ ସବୁଦିନ ଯାତାୟାତ ବେଳେ ଟେନସନ ରେ ଲୋକଙ୍କୁ ରହିବାକୁ ପଡୁଛି ଜାତୀୟ ରାଜପଥ ୫୯ କୁ ନେଇ  । ଗୋପାଳପୁର ଠାରୁ ଖରୀଆର ରୋଡ ଯାଇଥିବା ଜାତୀୟ ରାଜପଥ ୫୯ ର କାଳଷଣ୍ଡପୁର ଠାରୁ ଗୋଲା ଦାମୋଦର ପଲି ପର୍ଯ୍ୟନ୍ତ ୩ କିମି ରାସ୍ତା କଥା କହିଲେ ନସରେ । ବ୍ରହ୍ମପୁର ଠାରୁ ଆସିକା ଦେଇ ଧରାକୋଟ, ସୋରଡ଼ା, ଦାରିଂବାଡି, ବାଲିଗୁଡା ଯିବାପାଇଁ ପ୍ରତିଦିନ ଲୋକେ ବିଭିନ୍ନ ଗାଡି ମଟରରେ ଏହି ରାଜପଥ ୫୯ ଉପରେ ନିର୍ଭର କରିଥାଆନ୍ତି । ଏହି ବିଷୟରେ ପୂର୍ବରୁ ମଧ୍ୟ  ଗଞ୍ଜାମ ଜିଲ୍ଲାପାଳଙ୍କୁ ଆସିକା ଯୁଗ୍ମ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଥିଲେ । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥି ପ୍ରତି ଚରମ ଅବହେଳା ଯୋଗୁଁ ଏଭଳି ବିଳମ୍ବ ହେଉଥିବା ସାଧାରଣ ରେ ଦାବି ହେଉଛି । ୪ ବର୍ଷ ପୂର୍ବରୁ ଏକ ନିର୍ମାଣକାରି ସଂସ୍ଥା ଏହି ରାଜପଥ ନିର୍ମାଣ ପାଇଁ ଠିକା ନେଇ ଜାତୀୟ ରାଜପଥ ବିଭାଗ ସହ ଚୁକ୍ତିନାମା ସ୍ୱାକ୍ଷରିତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ  ସରିନାହିଁ  । ସଂପୃକ୍ତ ୩ କିମି ରାସ୍ତା ମଧ୍ୟରେ କାଳଷଣ୍ଢପୁର ଓ ଗୋଲା ଦାମୋଦର ପଲି ଗାଁ ରହିଛି  । 
ରାସ୍ତା ସାରା ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ନିତିଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଆଶ୍ଚର୍ଯ୍ୟର କଥା ବ୍ରହ୍ମପୁର ଜାତୀୟ ରାଜପଥ ଡ଼ିଭିଜନ ଅଧୀନରେ ଏହି ଅଞ୍ଚଳ ଆସୁଛି  । ଏହାର ତଦାରଖ ପାଇଁ ଆସିକା  ସୋରଡ଼ା ରେ ସେକ୍ସନ କାର୍ଯ୍ୟଳୟ ରହିଛି  । ପ୍ରତିବର୍ଷ ମେନଟେନେନ୍ସ ନାମରେ ରାସ୍ତା ପର୍ଶ୍ୱର ଲତା ବୁଦା ସଫା ଓ ପଟହୋଲ ମାରିବା ନାମରେ ବିଭାଗୀୟ ଅଧିକାରୀ ମାନେ ହାତ ଚିକଣ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିଲେ ମଧ୍ୟ ଆଶ୍ଚର୍ଯ୍ୟର କଥା ଏହି ତିନି ରାସ୍ତାର ଠିକଣା ଭୁଲି ଯାଉଥିବା ଭଳି ମନେ ହେଉଛି  । ସଂପୃକ୍ତ ଦୁଇଟି ଗାଁର ଲୋକେ ବର୍ଷାଦିନେ କର୍ଦମାକ୍ତ ପରିବେଶରେ ରହି  ଅଣ ନିଶ୍ୱାସି ହୋଇପଡ଼ିଲେଣି  । ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବା କାରଣରୁ ସଂପୃକ୍ତ ଅଞ୍ଚଳରେ ଖାଲ ଖମା ହୋଇ ମସା, ମାଛି ବଂଶ ବିସ୍ତାର କରୁଥିବାରୁ ସଂକ୍ରାମକ ରୋଗ ବ୍ୟାପିବାର ଆଶଂକା ଦେଖା ଦେଲାଣି  । ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରିବା ବେଳେ ଫୋନ ଉଠାଉନାହାନ୍ତି  । ସରକାର ସଡ଼କ ସୁରକ୍ଷା ଜୀବନ ରକ୍ଷା ଡାକ ଦେବା ସହ ଉତ୍ତମ ସଡ଼କ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଏହି ତିନି କିମି ରାସ୍ତା ନିର୍ମାଣ ପାଇଁ ରାଜପଥ ବିଭାଗ କାହିଁକି ପଛୁଆ ହେଉଛି ତାହା ସାଧାରଣ ଲୋକଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଶୀଘ୍ର ମରାମତି ନିମନ୍ତେ ରାଜପଥ କର୍ତ୍ତୃପକ୍ଷଙ୍କୁ କହି କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।