ଜାତୀୟ ଶକ୍ତି ସଂରକ୍ଷଣ ସପ୍ତାହ ପାଳିତ
ନୂଆପଡା: ଖଡ଼ିଆଳ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ନେହେନା ଠାରେ ସପ୍ତାହ ବ୍ୟାପୀ ଜାତୀୟ ଶକ୍ତି ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି । ପ୍ରଥମେ ଦିନରେ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ଓ ଲିଖିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଥିଲା । ଦ୍ୱିତୀୟ ଦିନରେ ସମସ୍ତ ଛାତ୍ରଛାତ୍ରୀ ହାତରେ ପ୍ଲା କାର୍ଡ ସହ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ଲୋକଙ୍କୁ ଶକ୍ତି ସଂରକ୍ଷଣ ଆବଶ୍ୟକତା ଉପରେ ସଚେତନ କରିଥିଲେ । ପରିଶେଷରେ ପୁରସ୍କାର ବିତରଣ ସଭା ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରନ୍ଦର ସୁନାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ରୂପେ ନେହେନା ଗ୍ରାମ ପଂଚାୟତର ସମିତି ସଭ୍ୟା ରାଉତରାୟ, ବିଶିଷ୍ଟ ଅତିଥି ଭାବେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅକ୍ଷୟ ରଥ, ଚନ୍ଦ୍ରମଣି ସାହୁ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ଶିକ୍ଷକ ବ୍ରହ୍ମାନନ୍ଦ ରାଉତରାୟ ସ୍ୱାଗତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ କରୁଣାକର ପୃଷ୍ଟି, ଶ୍ୟାମ ନାରାୟଣ ଦଣ୍ଡସେନା, ପିତାମ୍ବର ହଂସ, ଦେବନାରାୟଣ ଦଣ୍ଡସେନା,ଶ୍ରୀ ସୀମାନ୍ତ ହେର୍ଣ୍ଣା, ଭୋଦେବ ଭିତ୍ରିଆ, ସୁବାଷ ଦଣ୍ଡସେନା ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ ସଭାରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ପ୍ରତିଯୋଗିତାରେ ସୁନାମ ଆଣିଥିବା ବିଦ୍ୟାଳୟର ଦଶମ ଶ୍ରେଣୀ କୁମାରୀ ଫଗୁନୀ ମାଝୀ ଓ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳାରେ ଭାଗ ନେଇଥିବା ଛାତ୍ରୀ କୁମାରୀ ଶର୍ମିଷ୍ଠା ବିଶିଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କ୍ରୀଡା ଶିକ୍ଷକ ଧନଞ୍ଜୟ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।