ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

 ଖୋର୍ଦ୍ଧା : ବୁଧବାର ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କୁ ପତଞ୍ଜଳି ଯୋଗ ପରିବାର ହୋଲିଷ୍ଟିକ୍ ଯୋଗ କେନ୍ଦ୍ର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପତଞ୍ଜଳି ଯୋଗ ପରିବାର ହୋଲିଷ୍ଟିକ୍ ଯୋଗ କେନ୍ଦ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଦୀର୍ଘ ବର୍ଷ ଧରି ଯୋଗ କେନ୍ଦ୍ର ଚଳାଇଥିବା ବେଳେ ଲୋକଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଯୋଗ ନିହାତି ଆବଶ୍ୟକ ରହିଛି । ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା କରିବା ଅବସରରେ ପତଞ୍ଜଳି ଯୋଗ ପରିବାର ଯମେଶ୍ୱର ସାହୁନଙ୍କ ସମେତ  ଅଦୈତ ସ୍ୱାଇଁ, ପ୍ରଶନ୍ନ କୁମାର ବିଶ୍ୱାଳ ଏବଂ ନଗେନ୍ଦ୍ର କୁମାର ଚମ୍ପତି ପ୍ରମୁଖ ଉପସ୍ଥିତ ଥିଲେ ।