ଜିଲ୍ଲାପାଳଙ୍କ ଚାଷ କ୍ଷେତ ପରିଦର୍ଶନ 

 ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପ୍ରକଳ୍ପ ଦ୍ୱାରା ହୋଇଥିବା ତରଭୁଜ କ୍ଷେତ ପରିଦର୍ଶନ କରିଛନ୍ତି । ମାଲକାନଗିରି ବ୍ଲକର ଗୌଡ଼ଗୁଡା ପଞ୍ଚାୟତ ଜୟରାମଗୁଡ଼ାରେ ୪୦ ଏକର ଜମିରେ ଚାଷ କରାଯାଇଥିବା ତରଭୁଜ ଚାଷ ପରିଦର୍ଶନ ସହ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ମାଲକାନଗିରି ଆଇଟିଡିଏ ପକ୍ଷରୁ ହିତାଧିକାରୀଙ୍କୁ ବିହନ, ଜୈବିକ ସାର, କୀଟନାଶକ ଔଷଧ, ଅଣୁ ସାର ଆଦି ମାଗଣାରେ ପ୍ରଦାନ କରାଯାଇଥିଲା ଏବଂ ଅତ୍ୟାଧୁନିକ ଚାଷ ସମ୍ବନ୍ଧୀୟ ଜ୍ଞାନକୌଶଳ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଜିଲ୍ଲାପାଳଙ୍କୁ କହିଥିଲେ । ତତସହିତ ବର୍ଷତମାମ ଚାଷ କରିବା ଏବଂ ଏହାର ସୁରକ୍ଷା ପାଇଁ ବାଡ଼ର ସହାୟତା ନିମନ୍ତେ ହିତାଧୂକାରୀମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ମନରେଗା ମାଧ୍ୟମରେ ଏହି ବାଡ଼ ପ୍ରଦାନ କରିବା ପାଇଁ ପ୍ରକଳ୍ପ ପ୍ରଶାସକଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ଅବସରରେ ୪ ଟି ଗ୍ରାମକୁ ନେଇ ଏକ ଜନଜାତି ଜୀବିକା ପରିଷଦ ଗଠନ କରାଯାଇଛି । ଏହି ଗ୍ରାମଗୁଡ଼ିକ ହେଲା ଜୟରାମଗୁଡ଼ା, ମାସାଗୁଡ଼ା, ଟେକଗୁଡ଼ା, କାଲାଗୁଡ଼ା । ମୋଟ୍ ୧୦୪ ଏକର ଜମିରେ ତରଭୁଜ, ପିଆଜ, କଲରା ଭଳି ଅନେକ ଚାଷ କରାଯାଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ । ଉପଜିଲ୍ଲାପାଳ ତଥା ପ୍ରକଳ୍ପ ପ୍ରଶାସକ ଦୁର୍ଯେ୍ୟାଧନ ଭୋଇ, ପ୍ରକଳ୍ପ ପରିଚାଳକ ବିଶ୍ୱନାଥ ମିଶ୍ର, ବିଶେଷଜ୍ଞ ଜଗନ୍ନାଥ ଖିଲ, ବିଶେଷଜ୍ଞ ପ୍ରେମ ନାରାୟଣ ମହାନ୍ତି ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ ।