ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି
ପୁରୀ: ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ସୋମବାର ଦିନ ଜିଲ୍ଳା ସଦରମହକୁମାର ଭୂଅର୍ଜ୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିବା ସହ ଅଭିଯୋଗକାରୀଙ୍କ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ବିଭିନ୍ନ ଅଧିକାରୀଙ୍କ ପାଖକୁ ଯାଉଥିବା ଆବେଦନ ଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଆଇନ ଅନୁଯାୟୀ ସମାଧାନ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏଥିରେ ୯୦ଟି ଅଭିଯୋଗ ମିଳିଥିଲା । ସେଥିରୁ ୬୫ଟି ବ୍ୟକ୍ତିଗତ, ୨୦ଟି ଗ୍ରାମ୍ୟ ଅଭିଯୁକ୍ତ ସଂପର୍କିତ ଓ ୪ଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ସଂପର୍କରେ ଏବଂ ଗୋଟିଏ ରେଡ଼କ୍ରସ ସହାୟତା ପାଇବା ପାଇଁ ଉଦ୍ଦିଷ୍ଟ ଥିଲା । ଦୁଇଗୋଟି ଅଭିଯୋଗର ସମାଧାନ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ବେହେରା, ନୀଳମାଧବ ଭୋଇ, ଜିଲ୍ଳା ପରିଷଦ ଉନ୍ନୟନ ଅଧିକାରୀ ପ୍ରିୟରଂଜନ ପୃଷ୍ଟି, ପୌର ଅଧିକାରୀ ଅଭିମନୁ୍ୟ ବେହେରା, ଉପଜିଲ୍ଳାପାଳ ରାଜକିଶୋର ଜେନା, ଅତିରିକ୍ତ ଏସ୍.ପି ସୌମ୍ୟରଂଜନ ମଲ୍ଲିକ, ଜିଲ୍ଳା ଚିକିସôାଧିକାରୀ ଡ଼ା. ଅକ୍ଷୟ କୁମାର ଶତପଥୀ, ତହସିଲଦାର ଅଭିଷେକ ଦାଶ, ଅଭିଯୋଗଶୁଣାଣି ଅଧିକାରୀ ଆଶୁତୋଷ ଦେ ଓ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଯୋଗଦାନ କରିଥିଲେ ।
କେନ୍ଦ୍ରାପଡ଼ା :ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଆଜି ଡେରାବିଶ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୋଟ ୩୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୩୩ ଟି ବ୍ୟକ୍ତିଗତ ଥିବାବେଳେ ୬ ଟି ସାମୂହିକ ରହିଥିଲା । ୨ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରଧାନ ପଞ୍ଜିକୃତ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବା ଉପରେ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।