ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ
ଭଦ୍ରକ : ସ୍ଥାନୀୟ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ, ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ଉଦ୍ୟାପିତ ହୋଇଯାଇଅଛି । ଜିଲ୍ଲା ଯୁବ ଅଧିକାରୀ ଏମ୍ ବିଘ୍ନେଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଅତିରିକ୍ତ ଉପଜିଲ୍ଲାପାଳ, ଶ୍ୟାମଳ କୁମାର ରାୟ, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦୁର୍ଗାଶଙ୍କର ଦାସ, ଅତିରିକ୍ତ କ୍ରୀଡ଼ାଧିକାରୀ ରମେଶ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର ୪ଟି ବ୍ଲକରୁ ପ୍ରାୟ ୧୫୦ ରୁ ଉଦ୍ଧ୍ୱର୍ ଯୁବ ଖେଳାଳୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଫୁଟ୍ବଲ, କବାଡ଼ି, ୧୦୦ ମିଟର ଦୌଡ଼, ଧୀର ସାଇକେଲ ·ଳନା, ଟାଇକୋଣ୍ଡ, ବ୍ୟାଡ଼ମିଣ୍ଟନ ଆଦି ଖେଳ ଅନୁଷ୍ଠିତ ହୋଇଥିଲା । କ୍ରୀଡ଼ା ପ୍ରଦର୍ଶନରେ ସଫଳତା ଅର୍ଜନ କରିଥିବା ଖେଳାଳୀଙ୍କୁ ଅତିଥିମାନେ ପୁରଷ୍କୃତ କରିଥିଲେ । ସମସ୍ତ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିଲା । ଯାହା ତାଙ୍କର କ୍ରୀଡ଼ା ରୁଚିକୁ ଉତ୍ସାହିତ କରିଥିଲା । ସେଚ୍ଛାସେବୀ ସତ୍ୟବ୍ରତ ଦାସ ପରି·ଳନା ସହ ଧନ୍ୟବାଦ ଜ୍ଞାପନ କରିଥିଲେ ।