ଜିଲ୍ଲାସ୍ତରୀୟ ଖଡ଼ିଛୁଆଁ କାର୍ଯ୍ୟକ୍ରମ

 ରାୟଗଡ: ଓଡିଆ ପକ୍ଷ ପାଳନ ଅବସରରେ ଖଡିଛୁଆଁ ଦିବସ  ପାଳନ ନିମନ୍ତେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପତ୍ର ସଂଖ୍ୟା. ୨୦୬୧, ନିଦେ୍ର୍ଦଶନାମାନୁଯାୟୀ ରାୟଗଡ ଜିଲ୍ଲାର ଗୋପବନ୍ଧୁ ଉଚ୍ଚÿ ବିଦ୍ୟାଳୟ, ରାୟଗଡ ଠାରେ ଜିଲ୍ଲାପାଳ, ରାୟଗଡ,ପାରୁଲ ପାଟାୱାରୀ  ମୁଖ୍ୟ ଅତିଥି ଭକ୍ଷବରେ ଯୋଗଦାନ କରି ଶୁଭାରମ୍ଭ କରିଥିଲେ । ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡର ପ୍ରକଳ୍ପ ପ୍ରଶାସକ ଚନ୍ଦ୍ର କାନ୍ତ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ରମା ଚନ୍ଦ୍ର ନାହାକଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଖଡିଛୁଆଁ ଦିବସ ପାଳନ ହୋଇଯାଇଛି  ।  ଶିଶୁବାଟିକା ସ୍ତରରେ ୧୩ ଜଣ ନୂତନ ଛାତ୍ରଛାତ୍ରୀଙ୍କୁ ଖଡିଛୁଆଁ କରାଯାଇ ଶିଶୁବାଟିକା କିଟ୍ ପ୍ରଦାନ କରଯାଇଥିଲା  ।  ଜିଲ୍ଲାପାଳ ମହୋଦୟା ଶିକ୍ଷା ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ  । ଉକ୍ତ ସଚେତନତା ରଥଟି ୨.୪.୨୦୨୫ ରିଖରୁ ଆରମ୍ଭ ହୋଇ ୫.୪.୨୦୨୫ ରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ବିଦ୍ୟାଳୟରେ ନାମଲେଖା ନିମନ୍ତେ ବାର୍ତ୍ତା ପ୍ରଚାର କରିବ  । ସେହିପରି ପ୍ରତ୍ୟେକ ବ୍ଲକରେ ସଚେତନତା ରଥ ପରିକ୍ରମା କରିବ । ଏହାପରେ  ଜିଲ୍ଲାପାଳ ମହୋଦୟା ବାରିଝୋଲା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭ୍ରମଣ କରି ଛାତ୍ରଛାତ୍ରୀଙ୍କ ନାମଲେଖା ୧ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ  । ରାୟଗଡ ଜିଲ୍ଲାରେ ସମୁଦାୟ ୧୧୧୯ଟି ବିଦ୍ୟାଳୟର ଶିଶୁବାଟିକା ସ୍ତରରେ ୧୧୮୨ ଓ ପ୍ରଥମ ଶ୍ରେଣୀରେ ୭୮୪୩ ଛାତ୍ରଛାତ୍ରୀଙ୍କୁ ନାମଲେଖା ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଛି  । ଏହି କାର୍ଯ୍ୟକ୍ରମର ତଦାରଖ ନିମନ୍ତେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ୱ ଦିଆଯାଇଛି  । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବସନ୍ତ କୁମାର ପ୍ରଧାନ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜଲାଲ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଛବିଲାଲ ସିଂ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଓ ଆଦିବାସୀ ଶିକ୍ଷା ସଂଯୋଜକ ଉପସ୍ଥିତ ରହିଥିଲେ  ।