ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ
କଟକ: କଟକ ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ୨୦୨୪-୨୫ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦଙ୍କ ଅଧ୍ୟକ୍ଷତାରେ ପ୍ରତାପ ନଗରୀ ସ୍ଥିତ ୱାଲମି ଠାରେ ପାଳିତ ହୋଇଯାଇଛି । ଚାଷୀମାନଙ୍କୁ ପାଣି ପଂଚାୟତ ମାଧ୍ୟମରେ କିପରି ସମସ୍ତ ସୁବିଧା ସୁଯୋଗ ପ୍ରାପ୍ତ କରି ସଶକ୍ତ ହୋଇପାରିବେ ତାହା ଆଜିର କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ଚାଷୀମାନେ ପାଣି ପଂଚାୟତର ସମସ୍ତ ସୁବିଧାକୁ ବିନିଯୋଗ କରି ବିଭିନ୍ନ ପ୍ରକାରର ଚାଷ କରି ଲାଭବାନ ହେବା ପାଇଁ ଜିଲ୍ଲାପାଳ ଶ୍ରୀ ସିନେ୍ଦ ଗୁରୁତ୍ୱାରୋପ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନର ନିଦେ୍ର୍ଦଶକ ଇଂ ନିରଞ୍ଜନ ରାଉତ, ମୁଖ୍ୟ ବକ୍ତା ଭାବେ ଡ ସୋଧନ୍ୟ ପାତ୍ର ଏବଂ ସମ୍ମାନୀତ ଅତିଥି ଭାବେ ଇଂ ଚନ୍ଦ୍ର ଶେଖର ସେଠି, ଇଂ ନିରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ ପରିସରରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ଷ୍ଟଲ ଉଦ୍ଘାଟନ କରାଯାଇଥିଲା । ପାଣି ପଂଚାୟତ ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଇଂ ହେମନ୍ତ ପଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଇଂ ବିଜୟ ସେଠୀ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇଂ ଅଜୟ ବେହେରା ଧନ୍ୟବାଦ ଦେଇଥିଲେ ।