ଜିଲ୍ଲାସ୍ତରୀୟ ସେବାପକ୍ଷ କର୍ମଶାଳା

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ସେବାପକ୍ଷ କର୍ମଶାଳା ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ରାସ ବିହାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ରାଜ୍ୟସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି, କାର୍ଯ୍ୟକ୍ରମର ପ୍ରଭାରୀ ପୂର୍ବତନ ବିଧାୟକ ଲଳିତେନ୍ଦୁ ମହାପାତ୍ର ଏବଂ ସମ୍ମାନିତଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୁତିଭୁଷଣ ପ୍ରଧାନ, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, କାମାକ୍ଷାନଗର ବିଧାୟକ ଶତୃଘନ ଜେନା, ପୌରଧ୍ୟକ୍ଷା ଜୟନ୍ତୀ ପାତ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେବା ପକ୍ଷର ସହସଂଯୋଜକ ମାତୃପ୍ରସାଦ ନନ୍ଦ ଅତିଥି ପରିଚୟ ପ୍ରଦାନ କରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ସେପଟେମ୍ବର ୧୭ ରୁ ଅକ୍ଟୋବର ୨ ପବିତ୍ର ଗାନ୍ଧି ଜୟନ୍ତି ଓ ଶାସ୍ତ୍ରୀ ଜୟନ୍ତି ପର୍ଯ୍ୟନ୍ତ ସେବା ହିଁ ପରମ ଧର୍ମକୁ ଆଧାର କରି ଦଳ ପକ୍ଷରୁ ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ବୃକ୍ଷ ରୋପଣ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆଧାରିତ ପ୍ରଦର୍ଶନୀ ଓ ଡକୁମେଂଟାରୀ ଫିଲିମ୍ ପ୍ରଦର୍ଶନ, ମୋଦି ବିକାଶ ମାରାଥନ ଆଦି ସେବାମୂଳକ ବିଭିନ୍ନ କାର୍ଯ୍ୟକ୍ରମ ଏହି ସେବା ପକ୍ଷରେ କରିବାକୁ ଅତିଥି ବୃନ୍ଦ କହିଥିଲେ । କର୍ମଶାଳାରେ ପୂର୍ବତନ ମନ୍ତ୍ରୀ ନବିନ ଚନ୍ଦ୍ର ନାରାୟଣ ଦାଶ, ପୂର୍ବତନ ସଭାପତି ନରେଶ ମହାପାତ୍ର, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପ୍ରେମାନନ୍ଦ ଜେନା, ଜିଲ୍ଲା ମିଡିଆ ପ୍ରଭାରୀ ନବକିଶୋର ଗୁରୁ, ନେତା ହର୍ଷବର୍ଦ୍ଧନ ସିଂଦେଓ, ପ୍ରମୋଦ ନନ୍ଦ, ସାଧାରଣ ସଂପାଦକ ସୁନିଲ୍ ଶର୍ମା, ରତିକାନ୍ତ ସାହୁ, ଜିଲ୍ଲା ଉପସଭାପତି ଶିବ ପ୍ରସାଦ ସାହୁ, ଭାରତୀ ସ୍ୱାଇଁ, ସନାତନ ବେହେରା, କର୍ମଶାଳାର ଜିଲ୍ଲା ସହ ସଂଯୋଜକ ସୁଶାନ୍ତ ପତି, ସହସଂଯୋଜିକା ଇତିଶ୍ରୀ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜିବ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ବରୁଣ ସର, ଜିଲ୍ଲା ଯୁବମୋର୍ଚା ସଭାପତି ମହାଦୀପ୍ ଯଶୋବନ୍ତ ମହିମା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ରଞ୍ଜନ ଭୂୟାଁ, ଅଞ୍ଜନ ପାଣି, ନଗରମଣ୍ଡଳ ସଭାପତି ବିକାଶ ସାହୁ, ବରିଷ୍ଠ କାର୍ଯ୍ୟକର୍ତା ସୁରେଶ ପାଣିଗ୍ରାହୀ, କମଳା ବେହେରା, ପ୍ରତୁ୍ୟଷହରି ପ୍ରଧାନ, ଅମ୍ବିକା ମିଶ୍ର, ମିନକେତନ ନାୟକ, ଜଗବନ୍ଧୁ ପୃଷ୍ଟି, ରଶ୍ମି ରଞ୍ଜନ ଦାସ ଜିଲ୍ଲା ସହସଂଯୋଜିକା ଯଶସ୍ୱିନୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ  ।