ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର
ାା ପ୍ରଭାନୁ୍ୟଜ୍ ।ା ନବରଙ୍ଗପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଓଡିଶା ଆଦର୍ଶ ବିଦ୍ୟାଳୟ, ନବରଙ୍ଗପୁର ପ୍ରାଙ୍ଗଣରେ “ଅଧାରୁ ପାଠ ଛାଡିଥିବା ଶିଶୁମାନଙ୍କୁ ପୁର୍ନବାର ନାମ ଲେଖେଇବା ପାଇଁ ଓ ଶିଶୁ ସୁରକ୍ଷା ଆଇନ ଓ ଶିକ୍ଷା ଅଧିକାର ଆଇନ ଏବଂ ପୋକସୋ ଆଇନ” କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିଦେ୍ର୍ଦଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭିସ୍ପା ଗୋଛାୟତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଧାରୁ ପାଠ ଛାଡିଥିବା ଶିଶୁ ମାନଙ୍କୁ ପୁର୍ନବାର ନାମ ଲେଖେଇବା ପାଇଁ ଓ ପୋକସୋ ଆଇନ ବିଷୟରେ ଆଲୋକପାତ କରିଥିଲେ । କିଶୋରୀ ପଟ୍ଟନାୟକ ତାଲିକାଭୁକ୍ତ ଆଇନଜୀବୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଏବଂ ଅଧିକାର ଆଇନ ବିଷୟରେ ଆଲୋକପାତ କରିଥିଲେ, ଜିଲ୍ଲା ଉନୟନ ଅଧିକାରୀ ସମଗ୍ର ଶିକ୍ଷା, ଡକ୍ଟର ପ୍ରଦୀପ୍ତ କୁମାର ଷଡଙ୍ଗୀ, ଅଧକ୍ଷ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟ, ନବରଙ୍ଗପୁର ରାଜେନ୍ଦ୍ର ପ୍ରସାଦ ମହାପାତ୍ର ବିଭିନ୍ନ ଆଇନ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ପରିଚାଳନା କରଯାଇଥିଲା ।