ଜିଲ୍ଲା ପାରାକ୍ରୀଡା ସଂଘ ଗଠିତ

 କେନ୍ଦ୍ରାପଡ଼ା: ଭିନ୍ନକ୍ଷମ ମାନଙ୍କ ଥେରାପି ସେବା ଓ ସଶକ୍ତିକରଣ ଅନୁଷ୍ଠାନ ପୁନର୍ବାସ ଆନୁକୁଲ୍ୟରେ ପଥମଥର ପାଇଁ ଜିଲ୍ଲା ପାରାକ୍ରୀଡା ସଂଘ ଗଠିତ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ପାରାକ୍ରୀଡାର ବିକାଶ ଓ ପ୍ରୋତ୍ସାହନକୁ ଧ୍ୟାନ ଦେବା ସହିତ ଏହା ଲୁକ୍କାୟିତ ଭାବେ ଥିବା ଯୋଗ୍ୟ ଭିନ୍ନକ୍ଷମ କ୍ରୀଡାବିତ୍ ମାନଙ୍କୁ ପ୍ରତିଭା ବିକାଶରେ ସହାୟତା ପାଇଁ ଉଦ୍ୟମ କରିବ । ପୁନର୍ବାସର ପ୍ରତିଷ୍ଠାତା ତଥା ଏହାର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ଉପଦେଷ୍ଟା ଭାବେ ଜିଲ୍ଲା କ୍ରିଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ପ୍ରାକ୍ତନ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ମନୋନୀତ କରାଯାଇଛି । ସେହିପରି ନୂତନ ଭାବେ ଗଠିତ ଏହି ଜିଲ୍ଲା ପାରାକ୍ରୀଡା ସଂଘର ସଭାପତି ଭାବେ ବରିଷ୍ଠ ଆଇନ୍ଜିବୀ ସୁଶ୍ରୀ ନାୟକ, ଉପସଭାପତି ମନୋରଞ୍ଜନ ସିଂ, ସଂପାଦକ ଲଲାତେନ୍ଦୁ ପଣ୍ଡା, ଯୁଗ୍ମ ସଂପାଦକ ଭାବେ ସେକ୍ ସୈାକତ୍ ସହ ସଂପାଦକ ଭାବେ ସୈାମ୍ୟରେନ୍ଦ୍ର ଚୈାଧୁରୀ, କୋଷାଧ୍ୟକ୍ଷ ଭାବେ ସରୋଜକାନ୍ତ ସାହୁ, ସର୍ବସମ୍ବତ ଭାବେ ମନୋନୀତ ହୋଇଛନ୍ତି । ଏଥିସହିତ କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ପାରାକ୍ରୀଡାବିତ୍ ପ୍ରଶାନ୍ତ ନାୟକ, ବଳରାମ ସ୍ୱାଇଁ, ମୋନାଲି ସ୍ୱାଇଁ ଓ କ୍ରିଡାବିତ୍ ସୁହାନା ପରଓି୍ୱନ୍ ଏବଂ ପୁନର୍ବାସର ବରିଷ୍ଠ ସଭ୍ୟ ବଂଶୀଧର ମହାନ୍ତି ମନୋନୀତ ହୋଇଛନ୍ତି । ସାଧାରଣ ପରିଷଦର ସଭ୍ୟଭାବେ ସୁପ୍ରାଂଶୁ କୁମାର ଦାସ, ଜ୍ୟୋର୍ତିମୟ ଦାସ, ଭରତ କୁମାର ସାହୁ, ଅରୁଣ କୁମାର ବେହେରା, ମହମ୍ମଦ ଜାହିଦ୍ ଖାଁ, ତ୍ରିଲୋଚନ ପ୍ରଧାନ, ଅମୀୟ କୁମାର ବିଶ୍ୱାଳ, ପ୍ରତାପ ସ୍ୱାଇଁ, ସଂଜୟ କୁମାର ଜେନା, କ୍ଷୀରୋଦ କର ପ୍ରମୁଖ ମନୋନୀତ ହୋଇଛନ୍ତି । ଏହି ଅବସରରେ ଚେନ୍ନାଇଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ପାରାସେଲିଂ ପ୍ରତିଯୋଗିତା ଯୁଗ୍ମ ବର୍ଗରେ ରୈାପ୍ୟ ପଦକ ବିଜେତା ପାରାକ୍ରୀଡାବିତ୍ ମୋନାଲି ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।