ଜିଲ୍ଲା ବାହାର ଠିକା ସଂସ୍ଥା ହାତରେ କଳାପଥର

 ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଖଣି ଖାଦାନରେ ଭର ପୁର ରହିଥିବା ବେଳେ କଳା ମୁଗୁନି ପଥର ଖଣି ମହାପ୍ରଭୁ ଜଗନ୍ନାଥଙ୍କ ଜମିରେ ରହିଛି । ଯାହାକୁ ନେଇ କ୍ରଶର ବ୍ୟବସାୟୀ ଓ ପଥର ବ୍ୟବସାୟୀ ମାନେ ଏହାକୁ ନିଜର କୌଳିକ ବୃତ୍ତି ଭାବରେ ଗ୍ରହଣ କରିଥିବା ବେଳେ  ଜିଲ୍ଲାରେ ଏହି ପଥର ଖଣିକୁ ଆଧାରକରି ୫ ସାହରୁ ଅଧିକ କ୍ରଶର ଶିଳ୍ପ ଏଠାରେ ଗଢି ଉଠିଛ । ଏହି କ୍ରସର ଶିଳ୍ପରେ ହଜାର ହଜାର ଶ୍ରମିକ କାର୍ଯ୍ୟକରୀ ନିଜର ପେଟ ପୋଷୁଛନ୍ତି । ଖାଲି ଯେ ଶ୍ରମିକଙ୍କ ଚୁଲି ଏହି ଖଣି ଓ କ୍ରସର ନିମନ୍ତେ ଚୁଳିଯାଉଛି ତାହା ନୁଁହ ବରଂ ଅଂଚଳର ଅନ୍ୟ ବ୍ୟବସାୟୀଙ୍କ ବ୍ୟବସାୟ ମଧ୍ୟ ଏହି ଖଣି ଖାଦାନ ଓ କ୍ରଶର ଯୋଗୁଁ ଚାଲୁଛି । ଯଦି ଖୋର୍ଦ୍ଧାରୁ ଖଣି ଖାଦାନ ବନ୍ଦ ହୋଇଯିବ ଏବଂ କ୍ରଶର ବନ୍ଦ ହୋଇଯିବ ତେବେ ହଜାର ହଜାର ଶ୍ରମିକ ନିଜ ପରିବାର ପୋଷଣରୁ ବଂଚିତ ରହିବା  ସହିତ  ଦାଦନ ଖଟିବା ପାଇଁ ଯିବାକୁ ବାଧ୍ୟ ହେବେ । ଏହି ଖଣି ଖାଦାନ ଓ କ୍ରଶରକୁ ଆଧାର କରି ଯେଉଁ ଅନ୍ୟ ବ୍ୟବସାୟୀ ଗୁଡିକ ଚାଲୁଛି ତାହା ମଧ୍ୟ କାଳକ୍ରମେ ବନ୍ଦ ହୋଇଯିବାର ସମ୍ଭାବନା ରହିଛି । ଯାହାକୁ ଅଧକାରୀ ସରକାରୀ ସ୍ତରରେ ଏହିଂ ଖଣି ଖାଦାନ ଗୁଡିକୁ ପୁଣି ନିଲାମ ପକ୍ରିୟା ଆରମ୍ଭ କରିବା ସହିତ ନିଲାମ ପ୍ରଦାନ କରିଥିବା ଘଟଣା  ଜଣ ପଡୁଥିବା ବେଳେ ଏହା ବାହାର ବ୍ୟବସାୟୀଙ୍କ ହାତକୁ ଚାଲି ଯାଇଛି । ଯାହା ଫଳରେ ଖୋର୍ଦ୍ଧା ଅଞ୍ଚଳର କିଛି ବ୍ୟବସାୟୀ ମାନେ ଏହାକୁ ନେଇ ମନଇଛା ଭାବରେ ଚଳାଉଥିବା ଏବଂ ଭଲ ମୁନାଫା କମାଉଥିବା ନିଶା ମଉଳି ଯାଇଥିବାରୁ ଅନେକ ସ୍ଥାନରେ ଏହାକୁ ବିରୋଧ କରୁଥିବା  ଶୁଣିବାକୁ ମିଳୁଛି । ଏହାର ମୂଳ କାରଣ ହେଉଛି ଜିଲ୍ଲାରେ ଯେତିକି ଖଣି ଖାଦାନ ଚାଲିଥିଲା  ସେଥିରୁ ଯେତିକି ରାଜସ୍ୱ ସରକାର ଓ ମନ୍ଦିର ଟ୍ରଷ୍ଟ ନିକଟକୁ ଯାଉଥିଲା ତାହାଠାରୁ ଦଶଗୁଣ ଅର୍ଥ ମାଫିଆ ଏବଂ ସରକାରୀ କର୍ମଚାରୀ ଙ୍କ ସମେତ ଖଣି ମାଲିକ ଲାଭବାନ ହେଉଥିଲେ । ତେବେ ଚଳିତ ବର୍ଷ ଏଥିରେ ପରିବର୍ତ୍ତନ ଦେଖା ଯାଇଥିବା ବେଳେ ଉଚ୍ଚା ରେଟ୍ ରେ ଖଣି ନିଲାମ କଟକ ଜିଲ୍ଲାର କେହି ନେଇଥିବା ବେଳେ ଏହା ଦ୍ୱାରା ସରକାରୀ ଓ ଜଗନ୍ନାଥଙ୍କ କାର୍ଯ୍ୟାଳୟକୁ ଭଲ  ରାଜସ୍ୱ ମିଳିବାର ଆସ ରହିଛି । ତେବେ ପୂର୍ବରୁ ଯେଉଁ ମାନେ ଏହି ଖଣିରୁ ମୁନାଫା କମାଇ ମାଲେ ମାଲ ହୋଇଥିଲେ ଆଜି ସେମାନଙ୍କ ଭିତରେ ଚିନ୍ତା ପଶି ଯାଇଛି । ଯାହା ଫଳରେ ଏହାକୁ ବିରୋଧ କରିବା ପାଇଁଜ କିଛି ସଂଗଠନ  ପ୍ରସ୍ତୁତ ହେଉଥିବା ସୂଚନା ମିଳୁଥିବା ବେଳେ କିଛି ସଂଘ ପୂର୍ବ ବର୍ଷ ମାନକ ପରି ଚଳିତ ବର୍ଷ ମଧ୍ୟ ଖଣି ମୂଲ୍ୟକୁ କାମ କରି ଟେଣ୍ଡର କରିବା ନିମନ୍ତେ ଜୋରଧରିଥିବା ଚର୍ଚ୍ଚା ହେଉଛି ।