ଜିଲ୍ଲା ସ୍ତରୀୟ ଧାନ କ୍ରୟ କେନ୍ଦ୍ର ଉଦ୍ଘାଟିତ
ପାଣିକୋଇଲି: ମଙ୍ଗଳବାର ମା’ ନେଙ୍କୁରଶୁଣୀ ପଡିଆ ଠାରେ ଜିଲାସ୍ତରୀୟ ଧାନମଣ୍ଡି ଉଦ୍ଘାଟିତ ହୋଇଛି । ପାଣିକୋଇଲି ପ୍ରାଥମିକ କୃଷି ସେବା ସମବାୟ ସମିତି ଆନୁକୂଲ୍ୟରେ ଆୟୋଜିତ ଧାନକ୍ରୟ କେନ୍ଦ୍ରକୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ଜିଲାପାଳ ପି. ଅନ୍ୱେଷା ରେଡ୍ଡି ପ୍ରମୁଖ ଯୋଗ ଦେଇଥିଲେ ଅତରିକ୍ତ ଜିଲାପାଳ ନବ କିଶୋର ଜେନା, ସିଏସଓ, ଏଆରସିଏସ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ, ବ୍ଲକ ଯୋଗାଣ ଅଧିକାରୀ, ଏସସିଓ, ସମବାୟ ସମିତି ସଭାପତି, ସଂପାଦକ, ସରପଂଚ, ସମିତିସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଧାନ କ୍ରମ କମିଟିର ସଦସ୍ୟ, ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ ।