ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ମିଳୁନି ଅଲଟ୍ରାସାଉଣ୍ଡ୍ ସେବା
ାା ପ୍ରଭାନୁ୍ୟଜ୍ ।ା ଢେଙ୍କାନାଳ, : ଦୀର୍ଘଦିନ ହେବ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ମିଳୁନି ଅଲଟ୍ରାସାଉଣ୍ଡ ସେବା । ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତୀ ହେଉଥିଲେ ମଧ୍ୟ ତାଙ୍କର ଆବଶ୍ୟକ ଅନୁଯାୟୀ ଅଲଟ୍ରାସାଉଣ୍ଡ କରାଯାଇପାରୁ ନଥିବାରୁ ସହରର ଥିବା ଘରୋଇ ଲାବଗୁଡିକରେ ରୋଗୀମାନେ ଅର୍ଥ ଶୋଷଣର ଶିକାର ହେଉଛନ୍ତି । ଅନେକ ରୋଗୀ ମଧ୍ୟ ଅଲଟାସାଉଣ୍ଡ ପାଇଁ କଟକ ଯିବାକୁ ବାଧ୍ୟ ହେଉଛନ୍ତି । ଏପରି ଅବ୍ୟବସ୍ଥା ଭିତରେ ରହିଛି ଢ଼େଙ୍କାନାଳ ମୁଖ୍ୟ ଚିକିସôାଳୟ ।
ଅତ୍ୟାଧୁନିକ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୋଠାକୁ ୬ ବର୍ଷ ପୁରିଲାଣି ହେଲେ ଆଜି ବି ସ୍ୱାସ୍ଥ୍ୟସେବା ପାଇବାରୁ ଲୋକେ ବଂଚିତ । ପରିସର ଭିତରେ ବଢିଚାଲିଛି କୋଠା । ସ୍ୱାସ୍ଥ୍ୟସେବା ଭିତିଭୂମୀ ଶୂନ । ସାମାନ୍ୟ ରୋଗପାଇଁ ମଧ୍ୟ ରେଫର କରାଯାଉଛି କଟକକୁ । ବର୍ଷବର୍ଷ ଧରି ସର୍ବସାଧାରଣଙ୍କ ପାଇଁ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ହୋଇପାରୁନାହିଁ । କେବଳ ଗର୍ଭବତୀ ମହିଳାଙ୍କ ପାଇଁ ଏଠି ଗୋଟିଏ ଅଲଟ୍ରାସାଉଣ୍ଡ ମେସିନ କାମ କରୁଛି । ଜଟିଳ ରୋଗ ନିରୁପଣ ପାଇଁ କିଛି ଘରୋଇ ଲାବ୍କୁ ଯାଉଥିବା ବେଳେ ଆଉ କିଛି କଟକ ଭୁବନେଶ୍ୱରକୁ ଧାଇଁ ଧାଇଁ ଖର୍ଚ୍ଚାନ୍ତ ହୋଇ ହେଉଛନ୍ତି ରୋଗୀ ।
୭ ମହଲା ବିଶିଷ୍ଟ ଅତ୍ୟାଧୁନିକ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥିଲେ ବି ରୋଗୀମାନଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବାରେ ବିଫଳ ହେଉଛି । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ କେବଳ ଗର୍ଭବର୍ତୀଙ୍କର ଅଲଟ୍ରାସାଉଣ୍ଡ ପାଇଁ ଗୋଟିଏ ମେସିନ ରହିଛି । ସେଥିରେ ଅନ୍ୟକୌଣସି ରୋଗୀଙ୍କର ରୋଗନିରୁପଣ ବ୍ୟବସ୍ଥା ରଖାଯାଇ ପାରୁନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାମାନଙ୍କ ରୋଗୀ ନିର୍ଭର କରୁଛନ୍ତିି ହେଲେ ଏଠି ସୁବିଧା ବଦଳରେ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।