ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା
କୁଆଖିଆ : ଅଭିମନୁ୍ୟ ସାମନ୍ତ ସିପ୍ସହାର ଭବନରେ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ବ୍ଲକ ଶିକ୍ଷା ଅଧିକାରୀ ଡଃ ପ୍ରଭଂଜନ ପତି ଉଦଘାଟନ କରିଥିବା ବେଳେ ଅତିଥି ଭାବରେ ଅତିରିକ୍ତ ବିଡ଼ିଓ ସୈାରଭ ପାଲ୍, ମୁଗୁପାଳ ମହାବିଦ୍ୟାଳୟର ଅଧ୍ୟାପିକା ମମତା ବୋଇତାଇ, ମେଡ଼ିକାଲ ଅଧିକାରୀ ସୁଶ୍ରୀ ସଙ୍ଗୀତା ମହାନ୍ତି, ଶିଶୁ ପ୍ରକଳ୍ପ ଅଧିକାରୀ ଗୀତା ଗାୟତ୍ରୀ ରଥ, ମିଶନଶକ୍ତି ବିଭାଗର ଓଏଲ୍ଏମ୍ ସୁପ୍ରଭା ଜେନା ଯୋଗଦେଇ ମିଶନଶକ୍ତି ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ହାତ ତିଆରି ବିଭିନ୍ନ ପ୍ରକାରର ସୁ-ସ୍ୱାଦୁ ଖାଦ୍ୟକୁ ପରଖିବା ସହିତ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଗ୍ରେଡେସନ୍ କରିଥିଲେ । ୧୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗଦେଇ ଥିବାବେଳେ ପ୍ରତି ଗୋଷ୍ଠୀରୁ ୩ ଜଣଙ୍କୁ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ବିଜେତା ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଭାଗ ପକ୍ଷରୁ ୫ ହଜାର ଟଙ୍କା, ଦ୍ୱିତୀୟ ବିଜେତା ନରସିଂହପୁର ବନେ୍ଦ ଉକ୍ରଳ ଜନନୀକୁ ୪ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଅନ୍ୟ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବ୍ଲକ ପ୍ରୋଗ୍ରାମ୍ ଅଫିସର ସଂଜୟ ମଲ୍ଲିକ ପରିଚାଳନା କରିଥିବା ବେଳେ, ମିଶନ ଶକ୍ତିର ସମସ୍ତ କର୍ମଚାରୀ, ଏମ୍ବିକେ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ଆଶାବରୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।