ଜାରକା ଜଳସେଚନ ବିଭାଗ : ଦଳ ସଫେଇ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ
ଜାରକା : ଦୁର୍ନୀତିକୁ ପେଆସôାହିତ କରୁଛି ଜାରକା ଜଳସେଚନ ବିଭାଗ । ରାଜ୍ୟ ସରକାର ଦୁର୍ନୀତିକୁ ବରଦାସ୍ତ କରାଯିବନି ବୋଲି ସ୍ପଷ୍ଟ କରିଦେଇଥିବା ବେଳେ ଜାରକା ଜଳ ସେଚନ ବିଭାଗର ତଳୁ ଉପର ଯାଏ ଅଧିକାରୀ/କର୍ମଚାରୀ ଦୁର୍ନୀତିକୁ ନୀତିରେ ପରିଣତ କରିଦେଇଛନ୍ତି । ବିଭାଗ ବିଭାଗ ଦଳ ସଫେଇ ବାବଦରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ହେଁ ହାଇଲେବୁଲ କେନାଲ କିନ୍ତୁ ବିଲାତି ଦଳରେ ପୋତି ହୋଇଗଲାଣି ।ଜାରକା ଜଳସେଚନ ଅଧୀନରେ ଥିବା ଖୋସାଲପୁର ଠାରୁ ଜେନାପୁର ପର୍ଯ୍ୟନ୍ତ ୨୦କିମି ହାଇଲେଭେଲ କେନାଲକୁ ଦେଖିଲେ କେହିବି କହିବନି ଏହା ମାସ କେଇଟା ତଳେ ସଫେଇ ହୋଇଥିଲା ବୋଲି । ବିଭାଗ ପ୍ରତିବର୍ଷ ଦଳ ସଫେଇ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଥିବା ବେଳେ କାମ ନକରି ଟଙ୍କା ହଡ଼ପ କରା ପାଉଥିବା ଅଭିଯୋଗ ହୋଇଛି । ମିଳିଥିବା ତଥ୍ୟ ଅନୁସାରେ, ଦଳ ସଫା ପାଇଁ ଗତ ତିନୋଟି ଆର୍ଥôକ ବର୍ଷରେ ଅଧ ୫୦ଲକ୍ଷରୁ ଅଧୂକ ଖର୍ଚ୍ଚ କରାଯାଇଛି । ହେଲେ ବାସ୍ତବ ସ୍ଥିତି ଅଲଗା । ଦଳ ସଫେଇ ନହୋଇ ବିଲ୍ ହେଉଛି । ସୂଚନା ଅଧିକାର କର୍ମୀ ଦୀପ୍ତିମୟୀ ନାୟକଙ୍କୁ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଆଧାରରେ ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ ଏହି ହାଇଲେବୁଲ କେନାଲ ଦଳ ସଫେଇ ପାଇଁ ୫୩ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି । ୨୦୨୩-୨୪ ବର୍ଷରେ ସର୍ବାଧିକ ୨୬ ଲକ୍ଷ ୨୦ହଜାର ଖର୍ଚ୍ଚ ହୋଇଥିବା ବେଳେ ୨୦୨୨-୨୩ରେ ୨୦ଲକ୍ଷ ୪୯ ହଜାର ଓ ୨୦୨୧-୨୨ରେ ୬ଲକ୍ଷ ୪୪ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏହି ଅର୍ଥକୁ ନିଯୁକ୍ତ ଠିକାଦାରଙ୍କ ଜରିଆରେ ଖର୍ଚ୍ଚ କରାଯାଇଛି । ପିତାମ୍ବର ଜେନା ୫ ଲକ୍ଷ ୬୪ ହଜାର, ସୁଦର୍ଶନ ନାୟକ ୧୧ ଲକ୍ଷ ୫୩ ହଜାର, ଚନ୍ଦ୍ରଶେଖ ଶେଖର ଜେନା ୮ ଲକ୍ଷ ୭୫ ହଜାର, ଅଶୋକ କୁମାର କୁନ ମିଶ୍ର ୧୧ ଲକ୍ଷ ୧୦ ହଜାର, ମଧୁଲିତା ଭିତା ରାଉତ୍ତରାୟ ୨ଲକ୍ଷ ୪୬ ହଜାର, କିଶୋର ଚନ୍ଦ୍ର ମହାପାତ୍ର ୪ଲକ୍ଷ ୩୦ ହଜାର, ସତ୍ୟବ୍ରତ ଦାସ ୪ ଲକ୍ଷ ୮୯ ହଜାର, ଅଭୟ କୁମାର ତରାଇ ୪ ଲକ୍ଷ କ୍ଷ ୮୫ ହଜାର ଟଙ୍କା ଏହି୩ଟି ୩ଟି ଆର୍ଥôକ ବର୍ଷରେ ବିଲ୍ କରି ନେଇଥିବା ଜଣାଯାଇଛି । ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଶ୍ରୀ ନାୟକ ଦାବି କରିଛନ୍ତି । ଖାଲି ହାଇଲେବୁଲ୍ କେନାଲ ନୁହେ ନୁହେଁ, ଏହି ବ୍ଳକ୍ର ୧୩ ଓ ୧୪ନଂ କେନାଲ ଓ ଶାଖା କେନାଲର ଅବସ୍ଥା ଅନୁରୂପ ବୋଲି ଅଭିଯୋଗ କରିଛନ୍ତି । ବର୍ଷା ଦିନ ପୂର୍ବରୁ ବିଭିନ୍ନ କେନାଲରେ ଭର୍ତ୍ତି ହୋଇଥିବା ଦଳକୁ ସଫେଇ କରିବାକୁ ଜାରକା ଜଳସେଚନ ବିଭାଗ ପକ୍ଷରୁ ବଣ୍ଟା ଯାଇଥାଏ କାର୍ଯ୍ୟାଦେଶ । ଚାଷୀଙ୍କ ଜମିକୁ ଜଳ ଯୋଗାଣ ଉଦେ୍ଦଶ୍ୟରେ ସରକାର ବାର୍ଷିକ କୋଟି କୋଟି ଟଙ୍କା ଦଳ ସଫେଇ ବାବଦରେ ଖର୍ଚ୍ଚ କରିଥାନ୍ତି । ଜାରକା ଜଳ ସେଚନ ବିଭାଗ ଅଧିନରେ ଥିବା କେନାଲରୁ ଦଳ ସଫେଇ କରିବାକୁ ଟେଣ୍ଡର ଆହ୍ୱାନ କରାଯାଇଥାଏ । ଏହି କ୍ରମେ ବିଭାଗ ପକ୍ଷରୁ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ ହେଁ ବିନା କାର୍ଯ୍ୟରେ ବିଲ କରି ଦେବାକୁ ପଛାଇ ନଥାନ୍ତି । ବିଭାଗ କେନାଲରେ କେତେ ବେଳେ କେନାଲରେ ପାଣି ଆସିଲେ ଦଳ ସଫେଇ କରାଯିବା କଥା କୁହନ୍ତି ତ କେତେ ବେଳେ ଭରାପାଣି ଦଳ ସଫେଇରେ ବାଧକ ସାଜୁଛି କହିଥାନ୍ତି । ମିଛସତ କହି ବିଭାଗୀୟ ଅଧିକାରୀ ଦୁର୍ନୀତିକୁ ପ୍ରୋସôାହିତ କରି ଚାଲିଥିବାର ଅଭିଯୋଗ ହୋଇଆସୁଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
