ଜୀବିକା ମିଶନ ସଂଘ ପକ୍ଷରୁ ବିକ୍ଷୋଭ

 ନୀଳଗିରି: ରାଜ୍ୟବ୍ୟାପୀ ନିଖିଳ ଓଡିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ପ୍ରତି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି କ୍ରମରେ ନୀଳଗିରି ବ୍ଲକର ପଚିଶଗୋଟି ପଞ୍ଚାୟତ ଓ ନୀଳଗିରି ଏନ୍ଏସିରେ ଥିବା ଇସି ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ୍ ଦେଇ ନୀଳଗିରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  ବ୍ଲକ ସଂଘର ସଭାପତି ସରସ୍ୱତୀ ପାତ୍ର ଓ ସମ୍ପାଦିକା ବିଳାସିନୀ ପରିଡ଼ାଙ୍କ ନେତୃତ୍ୱରେ ଶତାଧିକ ମହିଳା ନୀଳଗିରି ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚô ନିଜର ନ୍ୟାର୍ଯ୍ୟ  ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୁଖ୍ୟତଃ ୪ଗୋଟି ଦାବି ମଧ୍ୟରେ ପ୍ରଥମତଃ ଇସି ସଦସ୍ୟଙ୍କ ରିଷ୍ଟ୍ରକ୍ଚରିଂ ବ୍ୟବସ୍ଥା ଉଚ୍ଛେଦ ବନ୍ଦ, ଇସି ସଦସ୍ୟଙ୍କ ସ୍ଥାୟୀ ନିଯୁକ୍ତି ଓ ବକେୟା ଭତ୍ତା ପ୍ରଦାନ, କମୁ୍ୟନିଟି ସପଟଷ୍ଟାପଙ୍କ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ ବାତିଲ କରି ସ୍ଥାୟୀ ନିଯୁକ୍ତି ସହ ପ୍ରତ୍ୟେକ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ମାସିକ  ଏକହଜାର ଟଙ୍କା ଭତ୍ତା ପ୍ରଦାନ କରିବା ଆଦି ବ୍ୟବସ୍ଥା ପାଇଁ ଦାବି କରାଯାଇଛି । ଏ ସମ୍ପର୍କରେ ଏକ ଦାବିପତ୍ର ନୀଳଗିରି ବିଡିଓ ବିକ୍ରମ କେଶରୀ ପରିଡାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି । ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ଅହଲ୍ୟା ରାଜ, ପ୍ରମିଳା ନାୟକ, ସଂଯୁକ୍ତା ସିଂହ, କବିତା ନାୟକ, ପ୍ରଭାସିନୀ ବିଶ୍ୱାଳ, ଭାନୁମତି ପଳେଇ, ଗୀତାଞ୍ଜଳୀ ପରିଡା, ରଶ୍ମୀତା ସିଂ, ଇନ୍ଦିରା ସିଂ, ରିନାରାଣୀ ବାଗୁଡାଇ, ସୁଭଦ୍ରା ବିଶ୍ୱାଳ ସମେତ ବହୁ ମହିଳା ସାମିଲ ହୋଇଥିଲେ ।