ଜେଲ୍ ବିଭାଗରେ ଯୋଡ଼ି ହେବ ପ୍ରିଜନ୍ ମ୍ୟାନେଜମେଣ୍ଟ ସିଷ୍ଟମ


ଭୁବନେଶ୍ୱର, ୧୧ା୫ : ବଡ଼ ବଡ଼ ଦେଶରେ ପ୍ରିଜନ୍ ମ୍ୟାନେଜ ମେଣ୍ଟ ସିଷ୍ଟମ୍(ଜେଲ ପରିଚାଳନା ବ୍ୟବସ୍ଥା) ଭଳି ଓଡ଼ିଶାର ବିଭିନ୍ନ ଜେଲ୍ରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ଟି ସମ୍ବେଦନଶୀଳ ଜେଲ୍ରେ ଏହି ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ରାଜ୍ୟ ସରକାର ଜେଲ ଆଧୁନିକଣ ଉପରେ ଗୁରୁତ୍ୱ ଦେଉଥିବାରୁ ନୂଆନୂଆ ଟେକ୍ନୋଲୋଜି ଜେଲ୍ ବ୍ୟବସ୍ଥାରେ ଲାଗୁ କରୁଛନ୍ତି । ପୂର୍ବରୁ କଏଦୀଙ୍କ ଗୋଡରେ ଜିପିଏସ୍ ଲାଗିବା ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଇଥିବା ବେଳେ ବର୍ତ୍ତମାନ ଆଉ ଏକ ନୂଆ ଟେକ୍ନୋଲୋଜି ଯୋଡ଼ି ହେବାକୁ ଯାଉଛି ।
  ସୂଚନାଯୋଗ୍ୟଯେ, ଜେଲ୍ରେ ଏକ ସଫ୍ଟୱେୟାର ଆପ୍ଲିକେସନ୍ ଦ୍ୱାରା କାର୍ଯ୍ୟକାରୀ ହେବ । ପୁଲିସ ବିଭାଗର ସିସିଟିଏନ୍ଏସ୍ ପରି ଜେଲ୍ ବିଭାଗର ପ୍ରିଜନ୍ ମ୍ୟାନେଜମେଣ୍ଟ ସିଷ୍ଟମରେ କଏଦୀଙ୍କ ସମସ୍ତ କୁଣ୍ଡଳୀ ରହିବ । ଏଥିରେ ମୁଖ୍ୟତଃ ଜେଲ୍ରେ ରହୁଥିବା କଏଦୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଏବଂ ଜେଲ୍ରେ କାର୍ଯ୍ୟ କରୁଥିବା ୱାର୍ଡରମାନଙ୍କ ତଥ୍ୟ ମଧ୍ୟ ରହିବ । ଯାହାଫଳରେ ଭୁଲ ବଶତଃ କୌଣସି କଏଦୀ ସମାନ ନାମ ଥିଲେ ମଧ୍ୟ ଖସିପାରିବେ ନାହିଁ । ପୂର୍ବରୁ ମଧ୍ୟ ଝାରପଡ଼ା ଜେଲ୍ରେ ସମାନ ନାମ ଥିବା ଜଣେ ବ୍ୟକ୍ତି ଜାମିନ୍ ପାଇଥିଲେ । କିନ୍ତୁ ସମାନ ନାମ ଧାରି ଅନ୍ୟ ଜଣେ ଅଭିଯୁକ୍ତ ଖସି ପଳାଇଥିଲା । ଏହି ବ୍ୟବସ୍ଥାରେ ଏଭଳି ତ୍ରୁଟି ହେବ ନାହିଁ । ଏହି ଆପ୍ଲିକେସନ୍ କେବଳ ଜେଲରେ ଖୋଲିପାରିବେ । ତାଙ୍କୁ ଏକ ଆଇଡି ଏବଂ ପାସ୍ୱାଡ୍ ଦିଆଯିବ । ସେ ଏହାକୁ ଲଗ୍ଇନ୍ କରି ଖୋଲି ସମସ୍ତ ତଥ୍ୟ ଦେଖିପାରିବେ ଏବଂ ଯୋଡ଼ି ପାରିବେ । ଆହୁରି ମଧ୍ୟ ଜେଲରେ କଏଦୀଙ୍କ ନାମ, ଠିକଣା, ତାଙ୍କର ଅପରାଧ, ସଜା ସମ୍ପର୍କରେ ତଥ୍ୟ ଯୋଡ଼ି ପାରିବେ । ଯାହାଫଳରେ କୌଣସି କଏଦୀଙ୍କ ବିଷୟରେ ନୂଆ ଜେଲର କିମ୍ବା ଉଚ୍ଚ ଅଧିକାରୀ ଜାଣିବାକୁ ଚାହିଁଲେ ଆଇଡି ଲଗ୍ଇନ୍ କରି ସହଜରେ ଜାଣି ପାରିବେ । ଆହୁରି ମଧ୍ୟ ଏଥିରେ ଜେଲର ୱାର୍ଡର ମାନଙ୍କ ଡୁ୍ୟଟି ସିଫ୍ଟ ମଧ୍ୟ ଲେଖିପାରିବେ । ଯଦି କୌଣସି ୱାର୍ଡରଙ୍କ ନାମରେ ଅଭିଯୋଗ ଆସେ ତାହା ମଧ୍ୟ ଏଥିରେ ଅପ୍ଡେଟ୍ କରିପାରିବେ । ୱାର୍ଡର କେତେ ବର୍ଷ ନିର୍ଦ୍ଧିଷ୍ଟ ଜେଲରେ ରହିବେ, ଏବଂ କେଉଁ ଜେଲକୁ ଗଲେ ତାହା ଏଥିରେ ତଥ୍ୟ ରହିବ । ଆହୁରି ମଧ୍ୟ ଯଦି କୌଣସି କଏଦୀଙ୍କ ନାମରେ ଏଫ୍ଆଇଆର କରିବାକୁ ଚାହିଁଲେ ଏହି ବ୍ୟବସ୍ଥାରେ ଜେଲ୍ର କରିପାରିବେ । ଜେଲର ଠିକ୍ ଢଙ୍ଗରେ ଏହାକୁ୍ ଅପ୍ଡେଟ୍ କରୁଛନ୍ତି କି ନାହିଁ ତାହାକୁ ଉର୍ଚ୍ଚ ଅଧିକାରୀ ନିରୀକ୍ଷଣ କରିବେ । ତାଙ୍କ ପାଖରେ ମଧ୍ୟ ଆଉ ଏକ ଆଇଡି ଏବଂ ପାସ୍ୱାର୍ଡ ରହିବ । କୌଣସି କଏଦୀଙ୍କ ଦଣ୍ଡ ଶେଷ ହେବା ପରେ ସେ ଜେଲରୁ ମୁକ୍ତି ହୋଇ ବାହାରକୁ ଗଲେ ତାହା ମଧ୍ୟ ଉଲ୍ଲେଖ ରହିବ । କେବଳ ଜେଲକୁ ଆସିଥିଲେ, ଆଉ କେବେ ଜେଲରୁ ଗଲେ ସବୁ କିଛି ଉଲ୍ଲେଖ ରହିବ । କେଉଁମାନେ ପେଷାଦାର ଅପରାଧି, ଗ୍ୟାଙ୍ଗଷ୍ଟାର,ଠକ ସମସ୍ତଙ୍କର ପୃଥକ ତାଲିକା ହେବ । ଆହୁରି ମଧ୍ୟ କିଏ ପାରୋଲରେ ଗଲା ଆଉ ଆସିଲା ତାହା ବି ଏଥିରେ ରହିବ । ଏହି ବ୍ୟବସ୍ଥାରେ ବହୁ ସଂଖ୍ୟକ ରେକର୍ଡ ରଖିବାର କ୍ଷମତା ରହିଛି । ଯାହାକି ଡିଲିଟ୍ ହୋଇପାରିବ ନାହିଁ । ଏହାଦ୍ୱାରା କାଗଜଖର୍ଚ୍ଚ ମଧ୍ୟ ରହିବ । ପୂର୍ବରୁ ମଧ୍ୟ ଅନେକ ଫାଇଲ୍ ହଜି ଯିବା ସହ ଚୋରି ହେବାର ଭୟ ନାହିଁ ।